ବେଦାନ୍ତ ସହ ଚୁକ୍ତି ବାତିଲ କଲେ ରାଜ୍ୟ ସରକାର : ଭବାନୀପାଟଣାରେ ୫ଶହ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ନିର୍ମାଣ ପ୍ରସଙ୍ଗରେ ସରକାରଙ୍କ ନିଷ୍ପତ୍ତି

କଲେଜ ନିର୍ମାଣ କାମରେ ମାତ୍ରାଧିକ ବିଳମ୍ବ ଯୋଗୁଁ ଏମଓୟୁ ବାତିଲ

157

କନକ ବ୍ୟୁରୋ : ବେଦାନ୍ତ ସହ ଚୁକ୍ତି ବାତିଲ କଲେ ରାଜ୍ୟ ସରକାର । ଭବାନୀପାଟଣାରେ ୫ଶହ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ନିର୍ମାଣ ପ୍ରସଙ୍ଗରେ ଏଭଳି ନିଷ୍ପତି ନେଇଛନ୍ତି ସରକାର । ମେଡିକାଲ କଲେଜ ନିର୍ମାଣ କାମ ଆରମ୍ଭରେ ମାତ୍ରାଧିକ ବିଳମ୍ବ ହୋଇଥିବାରୁ ରାଜ୍ୟ ସରକାର ଏହି ଏମଓୟୁ ବାତିଲ କରିଦେଇଛନ୍ତି । ଗତ ୨୦୧୮ ମାର୍ଚ୍ଚ ୨୭ ତାରିଖରେ କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ବେଦାନ୍ତ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ୫ଶହ ଶଯ୍ୟା ବିଶିଷ୍ଟ ଏହି ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବାର ଯୋଜନା ଥିଲା ।