ନବବଧୂ ଭଳି ସଜେଇହେବ ବରମୁଣ୍ଡା ବସଷ୍ଟାଣ୍ଡ । ବିଶ୍ୱସ୍ତରୀୟ ହେବ ରୂପରେଖ, ନବୀକରଣ ପାଇଁ ଖର୍ଚ୍ଚ ହେବ ୧୬୦ କୋଟି ।

981

କନକ ବ୍ୟୁରୋ : ଝଲସିବ ବରମୁଣ୍ଡା ବସଷ୍ଟାଣ୍ଡ । ବିଶ୍ୱସ୍ତରୀୟ ହେବ ରୂପରେଖ । କିଛି ଏହିପରି ଦେଖାଯିବ ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡ । ବଦଳିବ ବରମୁଣ୍ଡା ବସଷ୍ଟାଣ୍ଡର ଚେହେରା । ଆନ୍ତଃ ରାଜ୍ୟ ବସ ଟ୍ରମିନାଲ ପାଇଁ ଟେଣ୍ଡରକୁ ଅନୁମୋଦନ ଦେଇଛି କ୍ୟାବିନେଟ । ୧୬୦ କୋଟି ୬୬ ଲକ୍ଷ ଖର୍ଚ୍ଚରେ ନିର୍ମାଣ ହେବ ବସ ଟର୍ମିନାଲ । ଦୁଇ ବର୍ଷ ଭିତରେ ଏହି କାମ ସରିବ ।

ଦେଖନ୍ତୁ ଏହି ଚିତ୍ରକୁ । ବସ ରଖିବାର ସ୍ଥାନ ହେଉ କିମ୍ବା ପାର୍କିଂ, ପୁରା ଚିକ ଚିକ ଦେଖାଯାଉଛି ପରିକଳ୍ପିତ ବରମୁଣ୍ଡା ବସଷ୍ଟାଣ୍ଡ । ବଦଳିଯିବ ବସଷ୍ଟାଣ୍ଡର ନକ୍ସା । ଆନ୍ତଃ ରାଜ୍ୟ ବସ ଟ୍ରମିନାଲ ପାଇଁ ଟେଣ୍ଡରକୁ ଅନୁମୋଦନ ଦେଇଛି କ୍ୟାବିନେଟ । ୧୬୦ କୋଟି ୬୬ ଲକ୍ଷ ଖର୍ଚ୍ଚରେ ନିର୍ମାଣ ହେବ ବସ୍ ଟର୍ମିନାଲ । ଦୁଇ ବର୍ଷ ଭିତରେ ଏହି କାମ ସରିବ । ବିଡିଏର ତଦାରଖରେ ଏହି ଟର୍ମିନାଲକୁ ଭାରତ ସରକାରଙ୍କ ସଂସ୍ଥା ବ୍ରିଜ ଏଣ୍ଡ ରୁଫ ନିର୍ମାଣ କରିବ । ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣା ବେକ୍ଷଣ ଦାୟିତ୍ୱ ନେବ ସଂପୃକ୍ତ ସଂସ୍ଥା ।

ବରମୁଣ୍ଡା ବସଷ୍ଟାଣ୍ଡ ନୂଆ ପ୍ରକଳ୍ପର ଉଦ୍ଦେଶ୍ୟ ହେଲା
• ବସ୍ ଓ ଯାତ୍ରୀମାନଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ସୁଯୋଗ ପ୍ରଦାନ
• ଯାତ୍ରୀବାହୀ ଯାନବାହନମାନଙ୍କର ଆଇଏସବିଟି ବରମୁଣ୍ଡାରେ ଏକତ୍ରୀକରଣ କରି ଯାତ୍ରୀମାନଙ୍କୁ ଉତ୍ତମ ସେବା ପ୍ରଦାନ
• ଆଇଏସବିଟିକୁ ଆତ୍ମନିର୍ଭରଶୀଳ କରିବା

ଟର୍ମିନାଲ ପାଇଁ ୧,୩୧,୭୧୩ ସ୍କୋୟାରଫିଟ ଅଂଚଳ ରହିଥିବା ବେଳେ, ବାଣିଜ୍ୟିକ ଜାଗା ପାଇଁ ରହିବ ୧,୭୦୯୧୨ ସ୍କୋୟାରଫିଟ ଅଚଂଳ । ବସ ବେରେ ୩୫ଖଣ୍ଡ ବସ ରହିବାକୁ ଥିବା ବେଳେ ୧୯୦ଟି ବସ ପାର୍କିଂର ବ୍ୟବସ୍ଥା ରହିବ । ଏହା ବ୍ୟତୀତ ଜନସାଧାରଣଙ୍କ ସୁବିଧା ପାଇଁ ୨୫୦ରୁ ଅଧିକ ଚାରିଚକିଆ ଯାନ ଏବଂ ୧୭୬ଟି ଦୁଇ ଚକିଆ ଯାନ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ହେଲେ ପ୍ରଶ୍ନ ଉଠୁଛି, ପୂର୍ବରୁ ମଧ୍ୟ ବସଷ୍ଟାଣ୍ଡର ଏପରି ନକ୍ସା ଆସିଛି । ହେଲେ ତାହା କାର୍ଯ୍ୟକାରୀ ହୋଇପାରିନି । ଆଉ ଏବେ ଯେଉଁ ନୂଆ ଚିତ୍ର ଆସିଛି ତାହା କେତେଦୂର କାର୍ଯ୍ୟକାରୀ ହୋଇପାରୁଛି ଏବେ ତା ଉପରେ ନଜର ।