କନକ ବ୍ୟୁରୋ: ନଦୀ ଜଳର ସଂରକ୍ଷଣ ପାଇଁ ନୂଆ ଯୋଜନା ଆଣୁଛି ଜଳ ସମ୍ପଦ ବିଭାଗ । ବଡ଼ ବଡ଼ ନଦୀରୁ ସମୁଦ୍ରକୁ ବହିଯାଉଥିବା ଜଳକୁ ସଂରକ୍ଷଣ କରିବା ସହିତ ପରିବେଶ ସୁରକ୍ଷା ଦିଗରେ ଏକ ବଡ଼ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ୪ ପ୍ରମୁଖ ନଦୀରେ ନିର୍ମାଣ ହେବ ବୃହତ ଜଳାଶୟ । ଏହି ନଦୀ ଅବବାହିକା ଗୁଡିକରେ ୪୦ଟି ବୃହତ୍ ଜଳାଶୟ ପ୍ରକଳ୍ପ ୫ ବର୍ଷ ଭିତରେ ନିର୍ମାଣ କରାଯିବ । ନଦୀର ଉଭୟ ପାଶ୍ୱର୍ରେ ବଡ଼ ବଡ଼ ଜଳାଶୟ ନିର୍ମାଣ କରାଯାଇ ନଦୀର ଜଳକୁ ସଂରକ୍ଷଣ କରାଯିବାକୁ ବ୍ୟବସ୍ଥା କରାଯାଉଛି ।
ପିପିପି ମୋଡରେ ଏହି ପ୍ରକଳ୍ପ କାମ ୨୦୨୪ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖା ଯାଇଛି । ଏହି ପ୍ରକଳ୍ପ ପାଇଁ ୧୧ ହଜାର ୭ ଶହ ୧୩ କୋଟି ଟଂକା ବ୍ୟୟ ଅଟକଳ ରହିଛି । ଏଥିପାଇଁ ଜଳସଂପଦ ବିଭାଗ ପକ୍ଷରୁ ବିଭିନ୍ନ ବିଭାଗକୁ ଚିଠି ଲେଖି ମତାମତ ଲୋଡାଯାଇଛି । ଋଷିକୁଲ୍ୟା, ବ୍ରାହ୍ମଣୀ, ବୈତରଣୀ, ମହାନଦୀ ଶଯ୍ୟାରେ କାର୍ଯ୍ୟକାରୀ ହେବ ଏହି ଜଳସଂରକ୍ଷଣ ଯୋଜନା । ବିଶେଷ କରି ଏହାଦ୍ୱାରା ଚାଷୀ ଲାଭ ପାଇପାରିବେ । ଗ୍ରୀଷ୍ମ ଦିନରେ ଜଳକଷ୍ଟ ଦୂର କରାଯାଇପାରିବ । ଚାଷୀମାନେ ଜମିରେ ଜଳସେଚନ ବି କରିପାରିବେ । ଏହି ପ୍ରକଳ୍ପକୁ ପିପିପି ମୋଡରେ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/WATER.jpg)
/kanak/media/post_attachments/wp-content/uploads/2020/01/Low-cost-pure-drinking-water-project-launched-around-West-Bengals-Shantiniketan-FB-1200x628-compressed.jpg)