ପୈାରସଂସ୍ଥାରେ ୬୬ ପ୍ରଶାସକ ନିଯୁକ୍ତ କରାଇଲେ ରାଜ୍ୟ ସରକାର । ସେପଟେ ନିର୍ବାଚନ ନେଇ ଅନିଶ୍ଚିତତା ଜାରି

Advertisment
ପୈାରସଂସ୍ଥାରେ ୬୬ ପ୍ରଶାସକ ନିଯୁକ୍ତ କରାଇଲେ ରାଜ୍ୟ ସରକାର । ସେପଟେ ନିର୍ବାଚନ ନେଇ ଅନିଶ୍ଚିତତା ଜାରି

କନକ ବ୍ୟୁରୋ : ପୌର ନିର୍ବାଚନ ନେଇ ଅନିଶ୍ଚିତତା ଜାରି ରହିଥିଲା ବେଳେ ୬୬ଟି ପୌରସଂସ୍ଥାର କାର୍ଯ୍ୟକାଳ ଶେଷ ହୋଇଛି। ସରକାର ଏହି ସଂସ୍ଥାଗୁଡ଼ିକ ପାଇଁ ପ୍ରଶାସକ ନିଯୁକ୍ତି ଦେଇଛନ୍ତି। ବ୍ରହ୍ମପୁର ମହାନଗର ନିଗମ ସମେତ ୩୦ଟି ପୌରପାଳିକା ଓ ୩୫ଟି ଏନ୍ଏସିରେ ପ୍ରଶାସକ ନିଯୁକ୍ତି ଦିଆଯାଇଛି। ଅପରପକ୍ଷରେ ସୁପ୍ରିମକୋର୍ଟରେ ସଂରକ୍ଷଣ ନେଇ ରାଜ୍ୟ ସରକାରଙ୍କ ଆବେଦନ ଖାରଜ ହେଲା ପରେ ବି ନିର୍ବାଚନ ନେଇ କୌଣସି ସମ୍ଭାବନା ଦେଖାଯାଉନି। ସାଧାରଣ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ ଆଶା କ୍ଷୀଣ।

publive-image ପ୍ରଚଳିତ ନିୟମ ଅନୁଯାୟୀ ପୌରସଂସ୍ଥାର ନିର୍ବାଚିତ କାଉନସିଲର ପ୍ରଥମ ବୈଠକ ଯେବେ ବସେ, ସେହି ଦିନ ଠାରୁ କାର୍ଯ୍ୟକାଳ ଆରମ୍ଭ ହୁଏ। ଆଜି ଯେଉଁ ପୌରସଂସ୍ଥାଗୁଡ଼ିକର ପ୍ରଶାସକ ନିଯୁକ୍ତ ହୋଇଛନ୍ତି, ସେହି ସଂସ୍ଥାଗୁଡ଼ିକର ପ୍ରଥମ କାଉନସିଲର ବୈଠକ ୨୦୧୩ ସେପ୍ଟେମ୍ବର୍ ୩୦ ତାରିଖରେ ବସିଥିଲା। ତେଣୁ ସେମାନଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଆଜିଠାରୁ ସଂପୃକ୍ତ ପୌର ସଂସ୍ଥାଗୁଡ଼ିକରେ ଆଉ ନିର୍ବାଚିତ ପ୍ରତିନିଧି ରହିବେ ନାହିଁ। ପ୍ରଶାସକମାନେ ଦାୟିତ୍ବ ତୁଲାଇବେ। ଆସନ୍ତା ନଭେମ୍ବର ମାସରେ ଆଉ ୨୨ ପୌରସଂସ୍ଥାର କାର୍ଯ୍ୟକାଳ ଶେଷ ହେଉଛି ବୋଲି ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ସୂଚନା ଦେଇଛନ୍ତି।

publive-imageବ୍ରହ୍ମପୁର ମହାନଗର ନିଗମରେ ପ୍ରଶାସକ ଭାବେ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଅନୁଗୁଳ, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ପୁରୀ ଓ ରାୟଗଡ଼ାର ଜିଲ୍ଲା ମୁଖ୍ୟାଳୟରେ ଥିବା ପୌରପାଳିକାର ପ୍ରଶାସକ ଭାବେ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି। ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼, ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି, କେନ୍ଦୁଝର ଜିଲ୍ଲାର କେନ୍ଦୁଝରଗଡ଼ ପୌରପାଳିକା ଏବଂ ନୟାଗଡ଼ ଜିଲ୍ଲାର ନୟାଗଡ଼ ଏନ୍ଏସିର ପ୍ରଶାସକ ଭାବେ ଜିଲ୍ଲାପାଳମାନେ ଦାୟିତ୍ବରେ ରହିବେ। ଏହା ବାଦ୍ ଅନ୍ୟ ପୌରସଂସ୍ଥା ଓ ଏନ୍ଏସିରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ଆର୍ଡିସିଙ୍କ ସଚିବ ପ୍ରମୁଖ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe