‘ଫୋନି’ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ୯ ଜିଲ୍ଲା ପାଇଁ ୧୨ ଆଇଏଏସଙ୍କୁ ଦିଆଗଲା ଦାୟିତ୍ୱ

ବାତ୍ୟାରେ ଅତ୍ୟଧିକ ବର୍ଷା ଯୋଗୁଁ ୨ ଜିଲ୍ଲା ଗଂଜାମ ଓ ପୁରୀରେ ବନ୍ୟା ସ୍ଥିତି ଉପୁଜିବାନେଇ ଆଶଙ୍କା

243

କନକ ବ୍ୟୁରୋ: ବାତ୍ୟା ଫୋନିକୁ ନେଇ ବ୍ୟାପକ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର । ବାତ୍ୟା ସ୍ଛଳଭାଗ ଛୁଇଁବା ପରେ ଯେଉଁ ସବୁ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହେ ସେହି ଜିଲ୍ଲାର ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ୧୨ ଜଣ ଆଇଏଏସ ଅଧିକାରୀଙ୍କୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ।

ପୁରୀ ଦାୟିତ୍ୱରେ ଅଛନ୍ତି ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ସେହିଭଳି ଜଗତସିଂହପୁରର ସ୍ଥିତି ଉପରେ ନଜର ରଖିବେ ଆଇଏଏସ ଅଧିକାରୀ ଶ୍ରୀ ଶାଶ୍ୱତ ମିଶ୍ର । ସେହିଭଳି ଆଉ ଦୁଇ ଜଣ ଆଇଏଏସ ଅଧିକାରୀ କେନ୍ଦ୍ରାପଡାର ସ୍ଥିତି ଅନୁଧ୍ୟାନ କରିବେ । ଶ୍ରୀ ପ୍ରଦୀପ କୁମାର ଜେନା ଏବଂ ଶ୍ରୀ ହେମନ୍ତ କୁମାର ପାଢୀ କେନ୍ଦ୍ରାପଡା ଉପରେ ନଜର ରଖିବେ । ଭଦ୍ରକ ପାଇଁ ଶ୍ରୀ ସୁଦର୍ଶନ ପାଲ ଠାକୁରଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିଭଳି ବାଣିଜ୍ୟର ପେଣ୍ଠସ୍ଥଳି କଟକର ସ୍ଥିତି ତଦାରଖ କରିବେ ଶ୍ରୀ ସଂଜିବ ଚୋପ୍ରା ଓ ଶ୍ରୀ ସଂଗ୍ରାମଜିତ୍ ନାୟକ । ସଂଗ୍ରାମଜିତ୍ ସିଏମସିର କାର୍ଯ୍ୟକ୍ରମ ଉପରେ ନଜର ରଖିବେ ।

ଖୋର୍ଧା ପାଇଁ ଶ୍ରୀ କ୍ରିଷ୍ଣ କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି । ଯାଜପୁର ପାଇଁ ଶ୍ରୀ ଅନୀଲ କୁମାର ସାମଲଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସେହିଭଳି ଉପକୂଳବର୍ତ୍ତୀ ବାଲେଶ୍ୱର ଜିଲ୍ଲାରେ ଫୋନି ମୁକାବିଲା ପାଇଁ କରାଯାଉଥିବା ପ୍ରସ୍ତୁତିର ତଦାରଖ କରିବେ ୨ ଜଣ ଆଇଏଏସ ଅଫିସର । ଶ୍ରୀ ଅବଦଲ ଅକଟର ଏବଂ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧୂରୀ । ତେବେ ଭୁବନେଶ୍ୱର ଏସଆରସି ଅଫିସରେ ଅତିରିକ୍ତ ଅଫିସରରେ ଭାବେ ଦାୟିତ୍ୱ ତୁଲାଇବେ ମୋନିସା ବାନାର୍ଜି । ଏହି ୧୨ ଜଣ ଆଇଏଏସ ଅଧିକାରୀ ଜିଲ୍ଲାମାନଙ୍କରେ ରିଲିଫ, ପ୍ରଭାବିତ ଆଶଙ୍କାରେ ଥିବା ଲୋକଙ୍କ ସ୍ଥାନାନ୍ତର ଓ ପୁନଃଥଇଥାନ ଉପରେ ନଜର ରଖିବେ ।