ବଢ଼ିବ ଯୁକ୍ତ ୨ ସିଟ୍ : ୨୦୨୩-୨୪ ଶିକ୍ଷାବର୍ଷରୁ ସିଟ୍ ବଢ଼ାଇବାକୁ ନିଷ୍ପତ୍ତି; ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

165

କନକ ବ୍ୟୁରୋ : ବଢିବ ଯୁକ୍ତ ଦୁଇ ସିଟ୍ । ୨୦୨୩ -୨୪ ଶିକ୍ଷା ବର୍ଷରୁ ବଢିବ ଯୁକ୍ତ ଦୁଇ ପିଲାଙ୍କ ପାଇଁ ସିଟ୍ ସଂଖ୍ୟା । ମାଟ୍ରିକ ପରୀକ୍ଷା ସଫଳତା ହାରକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇରେ ସିଟ୍ ବଢାଇବାକୁ ଏହି ନିଷ୍ପତି ନିଆଯାଇଛି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ତଥ୍ୟ ଅନୁସାରେ ଚଳିତ ବର୍ଷ ରାଜ୍ୟର ୫ଲକ୍ଷ ୮ହଜାର ୪୦୪ ପିଲା ମାଟ୍ରିକ ପାସ୍ କରିଛନ୍ତି । କିନ୍ତୁ ଯୁକ୍ତ କଲେଜରେ ପ୍ରଥମ ବର୍ଷ ପାଇଁ ଅଛି ୫ଲକ୍ଷ ୯ହଜାର ସିଟ୍ । ତେଣୁ ଆବଶ୍ୟକତା ଦୃଷ୍ଟିରୁ ସିଟ୍ ବଢ଼ାଇବା ନେଇ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।