ଯାତ୍ରା, ଅପେରା, ଡ୍ରାମା ମେଲୋଡିକୁ ମିଳିଲା ଅନୁମତି । କିନ୍ତୁ ଏବେ ବି ରହିିଛି ରାତ୍ରିକାଳୀନ କର୍ଫ୍ୟୁ, କେମିତି ହେବ ଯାତ୍ରା ?

150

କନକ ବ୍ୟୁରୋ : ବହୁ ଦିନ ଧରି ମଞ୍ଚ ଯାତ୍ରା ପରିବେଷଣ ଉପରେ କଟକଣା ଲାଗିବା ପରେ, ଏବେ ଅନୁମତି ମିଳିଛି । ଖୋଲା ପଡିଆରେ ସର୍ବାଧିକ ୨ ହଜାର ଦର୍ଶକଙ୍କୁ ନେଇ ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ହେଲେ ନାଇଟ୍ କର୍ଫ୍ୟୁ କଟକଣା ବଳବତର ଥିବାରୁ, ଖୁସି ହେବେ କି ଦୁଃଖୀ ହେବେ, ଦ୍ୱନ୍ଦରେ ପଡିଛନ୍ତି, ଯାତ୍ରା କଳାକାର ଓ ମାଲିକ  । ସେପଟେ ପୂର୍ବରୁ ସିନେମା ହଲ ଓ ଥିଏଟରରେ ଶହେ ପ୍ରତିଶତ ଦର୍ଶକଙ୍କ ପାଇଁ ଅନୁମତି ଥିଲା । ହେଲେ ଏବେ ଏହାକୁ ୫୦ ପ୍ରତିଶତ କରାଯାଇଥିବାରୁ ଦ୍ୱନ୍ଦ୍ୱ ଉପୁଜିଛି ।

କରୋନା ସଂକ୍ରମଣ କମିଥିବାରୁ ଜୀବନ ଜୀବିକାକୁ ଗୁରୁତ୍ୱ ଦେଇ କଟକଣା କୋହଳ କରାଯାଇଛି । ପୂର୍ବରୁ ସ୍କୁଲ ଖୋଲିବାକୁ ଅନୁମତି ମିଳିସାରିଥିବା ବେଳେ ଏବେ ଯାତ୍ରା, ଥିଏଟର, ଅପେରା, ମେଲୋଡି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣକୁ ଅନୁମତି ମିଳିଛି । ହେଲେ ଏଥିପାଇଁ କେତେକ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି ହୋଇଛି ।

*ଖୋଲା ପଡିଆରେ ସର୍ବାଧିକ ୨ ହଜାର ଦର୍ଶକଙ୍କୁ ଅନୁମତି

*ବନ୍ଦ କୋଠରୀରେ ୫୦ ପ୍ରତିଶତ ଦର୍ଶକ ବସିପାରିବେ

*ଦର୍ଶକମାନେ ୨ଟି ଡୋଜ୍ ଟିକା ନେଇଥିବା ବାଧ୍ୟତାମୂଳକ 

*୭୨ ଘଣ୍ଟା ପୂର୍ବରୁ ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡିବ 

*ଦର୍ଶକ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବେ 

*ସାମାଜିକ ଦୂରତା ରକ୍ଷା ସହ ମାସ୍କ ପିନ୍ଧିବା ଜରୁରୀ 

*ସିନେମା ହଲ ଓ ଥିଏଟରରେ ମଧ୍ୟ ୫୦ ପ୍ରତିଶତ ଦର୍ଶକ ରହିପାରିବେ 

*ଜ୍ୱର, ଥଣ୍ଡା, କାଶ ଭଳି ଲକ୍ଷଣ ଥିଲେ ଦର୍ଶକଙ୍କୁ ବାରଣ କରାଯିବ

*ଏକାଧିକ ରୋଗ ଥିବା ୬୫ ବର୍ଷରୁ ଅଧିକ ବୟସ୍କଙ୍କୁ ବାରଣ

*କାର୍ଯ୍ୟକ୍ରମ ସ୍ଥଳରେ ପାନ ଛେପ ପକାଇବାକୁ ବାରଣ କରାଯାଇଛି

*ନିୟମିତ ହାତ ଧୋଇବା ପାଇଁ ବ୍ୟବସ୍ଥା କରିବେ ଆୟୋଜକ

ଦ୍ୱନ୍ଦ୍ୱରେ ଯାତ୍ରା କଳାକାର । ନାଇଟ କର୍ଫ୍ୟୁ ଭିତରେ କେମିତି ହେବ ଯାତ୍ରା ? ଯାତ୍ରା ପାଇଁ ଅନୁମତି ତ ମିଳିଛି, ହେଲେ କେମିତି ଯାତ୍ରା ହେବ, ତାକୁ ନେଇ ଏବେ ଦ୍ୱନ୍ଦ୍ୱରେ ଯାତ୍ରା କଳାକାର  । ସହରାଞ୍ଚଳରେ ଏବେ ବି ନାଇଟ କର୍ଫ୍ୟୁ ରାତି ୧୦ରୁ ସକାଳ ୫ ଯାଏଁ ବଳବତ୍ତର ରହିଛି । ତେଣୁ ଦିନରେ ଯାତ୍ରା କରିବାକୁ ପଡ଼ିବ । ଏହା ସହ ଅନ୍ୟ ସବୁ ଗାଇଡଲାଇନକୁ ମାନିଲେ କିପରି ଯାତ୍ରା କରାଯିବ, ଆଉ ଯଦି ହୁଏ, କ’ଣ ଦର୍ଶକ ଆସିବେ, ଏହାକୁ ନେଇ ଚିନ୍ତାରେ ଯାତ୍ରା କଳାକାର ଓ ଯାତ୍ରା ପାର୍ଟି ମାଲିକ ।

ବହୁ ଦିନ ଧରି ଯାତ୍ରା ବନ୍ଦ ପଡ଼ିଥିବା ବେଳେ ଏବେ ଅନୁମତି ମିଳିଛି, ହେଲେ ଖୁସି ହେବେ କି ଦୁଃଖୀ ହେବେ, ଦ୍ୱନ୍ଦରେ ଯାତ୍ରା କଳାକାର ଓ ମାଲିକ  । ସେପଟେ ପୂର୍ବରୁ ସିନେମା ହଲ ଓ ଥିଏଟରରେ ଶହେ ପ୍ରତିଶତ ଦର୍ଶକଙ୍କ ପାଇଁ ଅନୁମତି ଥିଲା  । ହେଲେ ଏବେ ଏହାକୁ ୫୦ ପ୍ରତିଶତ କରାଯାଇଥିବାରୁ ଦ୍ୱନ୍ଦ୍ୱ ଉପୁଜିଛି ।