‘ପିଏମ କିଷାନ’ ଯୋଜନାରେ ସାମିଲ ହେବ ଓଡ଼ିଶା । କେନ୍ଦ୍ରକୁ ପଠାଯିବ ପ୍ରଥମ ପର୍ଯ୍ୟାୟ ହିତାଧିକାରୀଙ୍କ ତାଲିକା ।

Advertisment
ପ୍ରାଇମ୍ ଟାଇମ୍ ବୁଲେଟିନ୍ : ୨୧/୦୨/୨୦୧୯

କନକ ବ୍ୟୁରୋ: ପିଏମ କିଶାନ ଯୋଜନାରେ ସାମିଲ ହେବ ଓଡିଶା । ଏନେଇ ରାଜ୍ର ସରକାରଙ୍କ ତରଫରୁ ସ୍ପଷ୍ଟ ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ଓଡ଼ିଶାର ଚାଷୀଙ୍କୁ ସାମିଲ କରିବାକୁ ନେଇ ରାଜ୍ୟ ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଏନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ମଗାଯାଇଥିବା ଚାଷୀଙ୍କ ତାଲିକା ପ୍ରଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ କାଳିଆ ଯୋଜନାରେ ସାମିଲ ଥିବା ହିତାଧିକାରୀଙ୍କ ନାମ କେନ୍ଦ୍ରକୁ ପଠାଯିବ ।

publive-imageସେପଟେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତି ହୋଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ପିଏମ୍ କିଷାନ ଯୋଜନାରେ ଓଡ଼ିଶାର ଚାଷୀଙ୍କୁ ସାମିଲ କରାଯିବା ନେଇ ପ୍ରଥମ ପର୍ଯ୍ୟାୟରେ ଯୋଜନା ଅନ୍ତର୍ଭୁକ୍ତ ପାଖାପାଖି ୧୩ ଲକ୍ଷ ଚାଷୀଙ୍କ ନାମ ପଠାଯିବ ବୋଲି ନିଷ୍ପତ୍ତି ହୋଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।

publive-imageଅନ୍ୟପଟେ କୃଷି ସଚିବ ସୌରବ ଗର୍ଗ କହିଛନ୍ତି ଯେ, କାଳିଆର ପ୍ରଥମ ପର୍ଯ୍ୟାୟ ତାଲିକାକୁ କେନ୍ଦ୍ରକୁ ଦିଆଯିବ । ମୋଟ ୧୨ଲକ୍ଷ ୪୫ ହଜାରଙ୍କ ତାଲିକା ଦିଆଯିବ । ‘ପିଏମ କିଷାନ’ ଦ୍ୱାରା ନାମମାତ୍ର ଓ କ୍ଷୁଦ୍ରଚାଷୀ ଉପକୃତ ହେବେ । ପିଏମ କିଷାନ ୱେବସାଇଟରେ ହିତାଧିକାରୀଙ୍କ ତାଲିକା ଦିଆଯିବ । ‘ପିଏମ କିଷାନ’ ଯୋଜନା ମୁତାବକ ପ୍ରଥମ ପର୍ଯ୍ୟାୟରେ ଦୁଇ ହଜାର ଟଙ୍କା ଲେଖାଁଏ ପାଇବେ ଚାଷୀ ବୋଲି କୃଷି ସଚିବ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe