କଂଟ ପୁରିଲା, ଦାବି ପୂରଣ ନେଇ ବିଜ୍ଞପ୍ତି ପ୍ରକାଶ କଲେନି ସରକାର : କାଲିଠାରୁ ଯୁକ୍ତ ଦୁଇ ଖାତା ଦେଖା ବର୍ଜନ କରିବେ ଅଧ୍ୟାପକ

28

କନକ ବ୍ୟୁରୋ : କଂଟ ପୁରିଲା ହେଲେ ପ୍ରତିଶ୍ରୁତି ରଖିଲେନି ସରକାର । ଫଲରେ ଆଗାମୀ ୪ ତାରିଖରୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ବର୍ଜନ କରିବାକୁ ପ୍ରସ୍ତୁତ ହେଉଛନ୍ତି ଶିକ୍ଷକ । ଗତ ମାର୍ଚ୍ଚ ୩୧ ତାରିଖରେ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପୂରଣ କରିନଥିବା କହିଛି ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚ । ଶିକ୍ଷକମାନଙ୍କ ଦାବି ପୂରଣ ନେଇ ସରକାର ସୋମବାର ବିଜ୍ଞକ୍ତି ପ୍ରକାଶ କରିବା କଥା । ହେଲେ ଶିକ୍ଷା ବିଭାଗ ଦେଇଥିବା ପ୍ରତିଶ୍ରୁତି ପାଳନ କାରିନାହିଁ । ଏଥିପାଇଁ ୨୪ ଘଂଟାର ମହଲତ ଦେଇଛି ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚ ।

ଆଜିସୁଦ୍ଧା ଦାବି ପୂରଣ ନେଇ ବିଜ୍ଞପ୍ତି ନବାହାରିଲେ ମୂଲ୍ୟାୟନ କେନ୍ଦ୍ର ଆଗରେ ଧାରଣାରେ ବସିବେ ଶିକ୍ଷକ । ଏଥିସହ ଅନ୍ୟମାନଙ୍କୁ ଖାତା ନଦେଖିବା ଲାଗି ଶାନ୍ତିପୂର୍ଣ୍ଣ ଭାବରେ ଅନୁରୋଧ କରିବେ ବୋଲି ମିଳିତ ମଂଚ ପକ୍ଷରୁ କୁହାଯାଇଛି । ଅନ୍ୟ ପକ୍ଷରେ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିକଳ୍ପ ପ୍ରସ୍ତୁତି କରାଯାଇଛି । ଯୁକ୍ତ ଦୁଇ କଲେଜ ସମେତ ଡିଗ୍ରୀ, ସ୍ୱୟଂଶାସିତ କଲେଜ ଓ ମଡେଲ ଆବାସିକ ବିଦ୍ୟାଳୟର ଅଧ୍ୟାପକମାନଙ୍କୁ ମୂଲ୍ୟାୟନରେ ନିୟୋଜିତ କରିବାକୁ ସ୍ଥିର ହୋଥିବା ଜଣାପଡିଛି । ଏପ୍ରିଲ ୪ରୁ ୧୪ ଯାଏଁ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ଅଧ୍ୟାପକମାନଙ୍କ ତାଲିକା ମୂଲ୍ୟାୟନ କେନ୍ଦ୍ରଗୁଡିକୁ ପଠାଇ ଦିଆଯାଇଛି । ୪ ତାରିଖ ପୂର୍ବାହ୍ନ ୧୦ଟାରେ ରିପୋର୍ଟିଂ କରିବାକୁ ଅଧ୍ୟାପକମାନଙ୍କୁ କୁହାଯାଇଛି । ଗତ ମାର୍ଚ୍ଚ ୩୧ ତାରିଖରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଶିକ୍ଷକମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ଦାବି ପୂରଣ ନେଇ ଏପ୍ରିଲ ୨ସୁଦ୍ଧା ବିଜ୍ଞପ୍ତି ପ୍ରକାଶ କରିବାକୁ ପ୍ରତିଶ୍ରୁତି ଦେଇଥିଲା । ଫଳରେ ଆନ୍ଦୋଳନକୁ ସ୍ଥଗିତ ରଖିବା ସହ ଉକ୍ରଳ ଦିବସରେ ମହାସମାବେଶକୁ ବାତିଲ କରିଥିଲା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚ ।