କନକ ବ୍ୟୁରୋ: ଏଣିକି ରାସ୍ତାରେ ଦୁର୍ଘଟଣା ହେଲେ ସରକାର ଦେବେ ସହାୟତା । ଅଜଣା ଗାଡି ଧକ୍କାରେ ଦୁର୍ଘଟଣା ହେଲେ ସହରୟତା ମିଳିବ । ରାସ୍ତାରେ ଅଜଣା ଗାଡି ଧକ୍କାରେ ଯଦି କେହି ଆହତ ହୁଅନ୍ତି କିମ୍ବା କାହାର ମୃତ୍ୟୁ ହୁଏ ତେବେ ଆହତ ଏବଂ ମୃତ ବ୍ୟକ୍ତିଙ୍କ ପରିବାରକୁ ସହାୟତା ମିଳିବ ।

Advertisment

ତେବେ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଏବଂ ମୃତ ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ପ୍ରଥମ ଥର ପାଇଁ ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଏହି ସହାୟତା ମିଳିବ ବୋଲି ସଡକ ସୁରକ୍ଷା ପରିଷଦ ବୈଠକ ପରେ ବାଣିଜ୍ୟ ଓ ପରିବହନ ସଚିବ ଏହି ସୂଚନା ଦେଇଛନ୍ତି ।

ସଚିବ କହିଛନ୍ତି; ରାଜ୍ୟରେ ଦୁର୍ଘଟଣା ବଢିବାରେ ଲାଗିଛି । ବିଶେଷ କରି ମଦ୍ୟପାନ ଏବଂ ମୋବାଇଲ ଜନିତ କାରଣରୁ ଦୁର୍ଘଟଣା ବଢି ଚାଲିଛି । ଚଳିତବର୍ଷ ଏହି ହାର ୧୦ ପ୍ରତିଶତ ବଢିଛି । ତେବେ ଦୁର୍ଘଟଣା ରୋକିବାକୁ ଏହି ପଦକ୍ଷେପ ନିଆଯାଉଛି ବୋଲି ସଚିବ ସୂଚନା ଦେଇଛନ୍ତି ।