କ୍ୱାରେଣ୍ଟାଇନ କେନ୍ଦ୍ରରେ କାମ କଲେ ମିଳିବ ମଜୁରୀ । ୨୧ ଦିନରୁ ୧୦ ଦିନ ଯାଏଁ ଯୋଗାଇ ଦିଆଯିବ କାମ । ଜାଣନ୍ତୁ ସଙ୍ଗରୋଧ କେନ୍ଦ୍ରରେ କାମ କଲେ କେତେ ମିଳିବ ପାରିଶ୍ରମିକ ?

1,021

କନକ ବ୍ୟୁରୋ: କ୍ୱାରେଣ୍ଟାଇନରେ କାମ କଲେ ମିଳିବ ମଜୁରୀ । କ୍ୱାରେଣ୍ଟାଇନ ଅବଧି ଭିତରେ କାମ କଲେ ମଜୁରୀ ଦିଆଯିବ । ଯେଉଁମାନେ ସଙ୍ଗରୋଧ କେନ୍ଦ୍ରରେ ରହୁଛନ୍ତି ସେମାନଙ୍କୁ ୧୦ ଦିନର କାମ ଯୋଗାଇ ଦେବେ ସରକାର । କ୍ୱାରେଣ୍ଟାଇନ ଅନ୍ତେବାସୀ ଚାହିଁଲେ ୨୧ ଦିନ ଭିତରୁ ୧୦ ଦିନ ପାଇଁ କାମ କରିପାରିବେ ।

ତେବେ ସଙ୍ଗରୋଧ କେନ୍ଦ୍ରରେ କାମ କଲେ ସେମାନଙ୍କୁ ସେମାନଙ୍କ ପାରିଶ୍ରମିକ ଯୋଗାଇ ଦିଆଯିବ । କ୍ୱାରେଣ୍ଟାଇନରେ କାମ କଲେ ସେମାନଙ୍କୁ ପାରିଶ୍ରମିକ ବାବଦରକୁ ୧୫୦ ଟଙ୍କା ମିଳିବ । କ୍ୱାରେଣ୍ଟାଇନ ସରିଲେ ସେମାନଙ୍କୁ ଯେଉଁ ୨୦୦୦ ଟଙ୍କା ମିଳିବା କଥା ସେ ଟଙ୍କା ସହ ଦୈନିକ ଯେତେଦିନ କାମ କରି ଯେଉଁ ପାଉଣା ପାଇଥିବେ ସବୁ ଟଙ୍କା ମିଶାଇ ଦିଆଯିବ ।

ସେପଟେ ୧୪ ଦିନରୁ ୨୧ ଦିନ କ୍ୱାରେଣ୍ଟାଇନ ଅବଧି ବଢିବା ପରେ ସଙ୍ଗରୋଧ କେନ୍ଦ୍ରକୁ ଜେଲ ନଭାବି ସ୍କୁଲ, କଲେଜ ବେଳେ ଏନଏସଏସ କ୍ୟାମ୍ପ ଭାବି ହସଖୁସିରେ ରହିବାକୁ ସୁବ୍ରତ ବାଗଚୀ ପରାମର୍ଶ ଦେଇଛନ୍ତି । ତେବେ ସଙ୍ଗରୋଧ କେନ୍ଦ୍ର ହୋଇଥିବା ସ୍କୁଲ, କଲେଜ ଇତ୍ୟାଦିକୁ ସଫା ସୁତରା ରଖିବା, କାନ୍ଥ ରଙ୍ଗ ଦେବା କିମ୍ବା ରୋଷେୟାକୁ ସାହାଯ୍ୟ କରି ଜଣେ ନିଜ ପାରିଶ୍ରମିକ ନେଇପାରିବ ।

ସେପଟେ ସଙ୍ଗରୋଧ କେନ୍ଦ୍ରରେ ଏଣିକି କଟକଣା ଅଧ୍କ ହେବ । ସଙ୍ଗରୋଧ କେନ୍ଦ୍ରରେ ସାମାଜିକ ଦୂରତାକୁ କଡାକଡି ପାଳନ କରାଯିବ । ବ୍ୟକ୍ତିଗତ ପରିଚ୍ଛନ୍ନତା ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ସଙ୍ଗରୋଧ କେନ୍ଦ୍ରରେ ଲାଗିବ ସିସିଟିଭି କ୍ୟାମେରା । ବାହାର ଓ ଭିତର ଲୋକଙ୍କ ଯାଆସ ଜାଣିବାକୁ ସିସିଟିଭି ଲାଗିବ । ବାହାର ଲୋକଙ୍କ ଯିବା ଆସିବା ଉପରେ କଟକଣା ଲଗାଇବାକୁ ୧୪୪ ଜାରି ହେବ ।