ସୁନାପୁଅ ପ୍ରମୋଦଙ୍କୁ ମିଳିବ ୬ କୋଟି ଟଙ୍କା, ଗ୍ରୁପ ଏ ସରକାରୀ ଚାକିରି 

173

କନକ ବ୍ୟୁରୋ: ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ପାଇବେ ୬ କୋଟି ଟଙ୍କା । ପୂର୍ବ ଘୋଷଣା ଅନୁସାରେ ପ୍ରମୋଦଙ୍କୁ ୬ କୋଟି ଦେବେ ସରକାର । ମିଳିବ ଗ୍ରୁପ ଏ ଲବଲ୍ ସରକାରୀ ଚାକିରି । ଭୁବନେଶ୍ୱର ଫେରିବା ପରେ ପ୍ରମୋଦଙ୍କୁ ଚେକ୍ ଦେବେ ସରକାର । ଏନେଇ ରାଜ୍ୟ କ୍ରୀଡା ବିଭାଗ ସ୍ପଷ୍ଟୀକରଣ ରଖିଛି ।

ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ଖେଳାଳିଙ୍କ ପାଇଁ ପୂର୍ବରୁ ପୁରସ୍କାର ଘୋଷଣା କରିଥିଲେ ରାଜ୍ୟ ସରକାର । ସ୍ୱର୍ଣ୍ଣ ବିଜେତାଙ୍କ ପାଇଁ ୬ କୋଟି, ରୌପ୍ୟ ବିଜେତାଙ୍କ ପାଇଁ ୪ କୋଟି ଓ କାଂସ୍ୟ ବିଜେତାଙ୍କ ପାଇଁ ଅଢେଇ କୋଟି ଘୋଷଣା ହୋଇଥିଲା । ହକି କାଂସ୍ୟ ପଦକ ବିଜେତା ଦଳର ସଦସ୍ୟ ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରାଙ୍କୁ ମଧ୍ୟ ରାଜ୍ୟ ସରକାର ଅଢେଇ କୋଟି ଟଙ୍କା ଦେଇ ସାରିଛନ୍ତି ।