ସରକାର କରିବେ ଶବ ସତ୍କାର । କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର କରିବେ ରାଜ୍ୟ ସରକାର । ଜନସାଧାରଣଙ୍କ ନିରାପତ୍ତା ପାଇଁ ସରକାର ନେବେ ସତ୍କାର ଦାୟିତ୍ୱ

Advertisment
ସରକାର କରିବେ ଶବ ସତ୍କାର । କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର କରିବେ ରାଜ୍ୟ ସରକାର । ଜନସାଧାରଣଙ୍କ ନିରାପତ୍ତା ପାଇଁ ସରକାର ନେବେ ସତ୍କାର ଦାୟିତ୍ୱ

କନକ ବ୍ୟୁରୋ: କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ନେଇ ବଡ ସୂଚନା ଦେଲେ ରାଜ୍ୟ ସରକାର । କରୋନାରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କର ଯଦି ମୃତ୍ୟୁ ହୁଏ ତେବେ ତାଙ୍କ ଶବ ସତ୍କାର କରିବେ ସରକାର । ଜନସାଧାରଣଙ୍କ ନିରାପତ୍ତା ପାଇଁ ରାଜ୍ୟ ସରକାର ମୃତକଙ୍କର ଅନ୍ତିମ ସଂସ୍କାର କରିବେ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶାନାମା ଜାରି କରାଯାଇଛି ।

ତେବେ ଓଡିଶାରେ ପ୍ରଥମ କରୋନା ମୃତକଙ୍କ ମରଶରୀରକୁ ହସ୍ପିଟାଲ କର୍ତ୍ତୃପକ୍ଷ ସରକାରଙ୍କୁ ହସ୍ତାନ୍ତର କରିବେ । ମୃତକଙ୍କର ବିଧିବଦ୍ଧ କାର୍ଯ୍ୟ ସରିଲେ ଏମ୍ସ ଅଧିକାରୀ ରାଜ୍ୟ ସରକାରଙ୍କୁ ତାଙ୍କ ମୃତଦେହ ହସ୍ତାନ୍ତର କରିବେ ଆଉ ପରେ ସରକାରଙ୍କ ତତ୍ୱାବଧାନରେ ମୃତଦେହର ଅନ୍ତିମ ସଂସ୍କାର କରାଯିବ ବୋଲି ସୁବ୍ରତ ବାଗଚୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe