କନକ ବ୍ୟୁରୋ: କରୋନାର ଭୟ ଭିତରେ ଓଡିଶା ସରକାରଙ୍କ ତଥ୍ୟ ଓ ସୂଚନା ଆପଣଙ୍କୁ ନିଶ୍ଟୟ ଆଶ୍ୱସ୍ତି ଦେବ । ପଜିଟିଭ ରିପୋର୍ଟ ଆସିବା ପରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୯୯ ପ୍ରତିଶତ ବେଶ ଭଲ ଅଛନ୍ତି । ଏପରିକି ସେମାନଙ୍କ ଦେହରେ ରୋଗ ଥିବା ଭଳି ଜଣା ପଡୁନାହିଁ ।

Advertisment

ଉନ୍ନୟନ କମିସନର ସୁରେଶ ମହାପାତ୍ର ଓଡିଶା ସରକାରଙ୍କ ପ୍ରତିଦିନ ପ୍ରେସମିଟରେ କହିଛନ୍ତି, କେବଳ ବୃଦ୍ଧ ଓ ଅନ୍ୟ ବହୁ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପ୍ରତି କରୋନାର ଅଧିକ ଭୟ ରହିଛି । ତେବେ ସତର୍କତା ସବୁଠାରୁ ବଡ ଆବଶ୍ୟକତା, ଏଥିରେ କେହି ସନ୍ଦେହ କରିବା ଉଚିତ୍ ନୁହେଁ । ସେପଟେ ଓଡିଶାରେ ୨୧ଟି କୋଭିଡ୍ ହସ୍ପିଟାଲ ପ୍ରସ୍ତୁତ ହୋଇ ସାରିଛି ।

ଆସନ୍ତା ୨୦ ତାରିଖ ଭିତରେ ୩୫ଟି କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଯିବ । ବିନା ଡାକ୍ତରୀ ପରାମର୍ଶରେ ହାଇଡ୍ରୋକ୍ସି କ୍ଲୋରୋକୁଇନ ଔଷଧ ଆଦୌ ବ୍ୟବହାର ନକରିବାକୁ ଓଡିଶା ସରକାର ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ।