‘ଛାତ’ ଯୋଜନାରେ ହେବ ବର୍ଷା ଜଳ ସଂରକ୍ଷଣ । ଭୂତଳ ଜଳ କମୁଥିବାରୁ ସରକାର ଆଣିଲେ ନୂଆ ଯୋଜନା ।

774

କନକ ବ୍ୟୁରୋ: ରାଜ୍ୟରେ କମୁଛି ଭୂତଳ ଜଳ । କ୍ରମାଗତ ଭାବ ଭୂତଳ ଜଳର ସ୍ତର କମି କମି ଯାଉଥିବାରୁ ଏହା ଚିନ୍ତାର ବିଷୟ ପାଲଟିଛି । ଆଉ ଏହାକୁ ଦୃଷ୍ଟିରେ ଏହାର ସମାଧାନ ଦିଗରେ ସରକାର ଆଣିଲେ ନୂଆ ଯୋଜନା । ‘ଛାତ’ ଯୋଜନାରେ ରାଜ୍ୟ କ୍ୟାବିନେଟର ମୋହର ବାଜିଛି । ରାଜ୍ୟ ସରକାର ବର୍ଷା ଜଳର ସଂରକ୍ଷଣ ନିମିତ୍ତ ଛାତ ଉପରେ ବର୍ଷାଜଳ ଅମଳ ପଦ୍ଧତିରେ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଯାହାର ନାଁ ରହିଛି ‘ଛାତ’ ।

ତେବେ ଏହି ଯୋଜନାରେ ବର୍ଷା ଜଳର ସଂରକ୍ଷଣ କରାଯିବ । ୫୨ଟି ବ୍ଲକ ଏବଂ ୨୨ଟି ସହରାଞ୍ଚଳରେ ୨୭୦ କୋଟି ବ୍ୟୟରେ କରାଯିବ ପ୍ରକଳ୍ପ । ୨୯, ୫୦୦ଟି ବ୍ୟକ୍ତିଗତ କୋଠା ଏବଂ ୧୯୨୫ଟି ସରକାରୀ କୋଠାରେ ଆଗାମୀ ୫ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବ ବ୍ୟବସ୍ଥା ।