କନକ ବ୍ୟୁରୋ: ବ୍ୟାଙ୍କ ଉପରେ ଅସ୍ଥା ହରାଉଛନ୍ତି କି ରାଜ୍ୟ ସରକାର? ବ୍ୟାଙ୍କରେ ଜମା ଟଙ୍କାର ନିରାପତ୍ତା ନେଇ ହେଉଛି କି ସନ୍ଦେହ? ଗତ ୨୧ ତାରିଖରେ ସମସ୍ତ ବିଭାଗକୁ ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ଲେଖିଥିବା ଚିଠି ହିଁ ଏଭଳି କିଛି ଆଶଙ୍କା ସୃଷ୍ଟି କରାଇଛି । ଚିଠିରେ କୁହାଯାଉଛି କି ବ୍ୟାଙ୍କ ଗୁଡ଼ିକର ଅବସ୍ଥା ଭଲ ନଥିବା ଗଣମାଧ୍ୟମ ତଥା ବିଭିନ୍ନ ମହଲରେ ରିପୋର୍ଟ ପ୍ରକାଶ ପାଉଛି । ତେଣୁ ଯେ କୌଣସି ମୁହୁର୍ତ୍ତରେ ଦେବାଳିଆ ଘୋଷଣା ହେବାର ଆଶଙ୍କା ରହିଛି । ଆଉ ଏଭଳି ସ୍ଥିତିରେ ସରକାରୀ ଟଙ୍କା ବ୍ୟାଙ୍କରେ ଜମା ନରଖିବା ପାଇଁ ପ୍ରମୁଖ ସଚିବ ଓ ଅନ୍ୟ ଅଧିକାରୀଙ୍କୁ ଚିଠି ଲେଖି ସତର୍କ କରାଯାଇଛି ।
ତେବେ ଟଙ୍କା ଜମା ପୂର୍ବରୁ ଭଲ ଭାବରେ ବ୍ୟାଙ୍କର ସ୍ଥିତି ବିଷୟରେ ଅନୁଧ୍ୟାନ କରିବାକୁ ଏହି ଚିଠିରେ ପରାମର୍ଶ ଦିଆଯାଇଛି । ଏମିତି କି ସରକାରୀ ଟଙ୍କା ବ୍ୟାଙ୍କରେ ଜମା ରଖିଲେ ଏବଂ ପରବର୍ତ୍ତୀ ଅବସ୍ଥାରେ କୌଣସି ଅଘଟଣ ଘଟିଲେ ଟଙ୍କା ଜମା ରଖିଥିବା ଅଧିକାରୀ ଦାୟୀ ରହିିବେ ବୋଲି କୁହାଯାଇଛି । ଏପରିକି ବ୍ୟାଙ୍କରେ ସରକାରୀ ଟଙ୍କା ଜମା ରଖିବା ପରିବର୍ତ୍ତେ ସରକାରୀ ରାଜକୋଷରୁ ଟଙ୍କା ଉଠାଇ ସିଧାସଳଖ ଖର୍ଚ୍ଚ କରିବାକୁ ଏହି ଚିଠି ମାଧ୍ୟମରେ ପରାମର୍ଶ ଦିଆଯାଇଛି । ଆଇଏଫଏମଏସ ଅର୍ଥାତ୍ ଇଂଟିଗ୍ରେଟେଡ୍ ଫାଇନାଲସିଆଲ ମ୍ୟାନେଜମ୍ୟାଣ୍ଟ ସିଷ୍ଟମ ମାଧ୍ୟମରେ ଟଙ୍କା ଖର୍ଚ୍ଚ କରିବାକୁ ଚିଠିରେ କୁହାଯାଇଛି ।
ତେବେ ଆର୍ଥିକ ନିରାପତ୍ତାକୁ ଦୃଷ୍ଟିରେ ରଖି ରାଜ୍ୟର ୧୭ଟି ପିଏସୟୁ ବ୍ୟାଙ୍କ, ୮ଟି ପ୍ରାଇଭେଟ ସେକ୍ଟର ବ୍ୟାଙ୍କ, ଗୋଟିଏ କ୍ଷୁଦ୍ର ବ୍ୟାଙ୍କ ଓ ୨ଟି ଆଂଚଳିକ ଗ୍ରାମ୍ୟ ବ୍ୟାଙ୍କ ଓ ଗୋଟିଏ କୋପରେଟିଭ୍ ବ୍ୟାଙ୍କକୁ ସରକାର ଆର୍ଥିକ କାରବାର ପାଇଁ ତାଲିକା ଭୁକ୍ତ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/PHOTO-01011401.png)
/kanak/media/post_attachments/wp-content/uploads/2019/10/Screen-Shot-2019-10-23-at-7.49.39-PM-1024x583.png)