‘ଫୋନି’ ପୀଡିତଙ୍କୁ ସହାୟତା ପାଇଁ ରାଜ୍ୟ ସରକାରଙ୍କ ନିବେଦନ । ଜାରି କଲେ ୨ଟି ବ୍ୟାଙ୍କ ଆକାଉଣ୍ଟ ନମ୍ବର ।

319

କନକ ବ୍ୟୁରୋ : ଭୟଙ୍କର ସାମୁଦ୍ରିକ ଝଡ ଫୋନି ଉପକୂଳ ଓଡିଶାର ଚିତ୍ର ବଦଳାଇ ଦେଇଥିବା ବେଳେ ଛାରଖାର କରିଦେଇଛି ସବୁକିଛି । ଆଉ ଅନ୍ୟପଟେ ପୁଣି ଥରେ ଓଡିଶାର ପୁନରୁଦ୍ଧାର ପାଇଁ ଜୋରଦାର କସରତ କରୁଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ଠାରୁ ଏଯାଏଁ ୧୩୪୧ କୋଟି ଟଙ୍କା ଆର୍ଥିକ ସହାୟତା ମିଳିଥିବା ପରେ ମହାରାଷ୍ଟ୍ର, ଛତିଶଗଡ଼ ଓ ତାମିଲନାଡୁ ସରକାର ରବିବାର ୧୦-୧୦ କୋଟି ଟଙ୍କା ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି । ଏହି କ୍ରମରେ ରାଜ୍ୟ ସରକାର ପାଣ୍ଠି ଯୋଗାଡ କରିବା ଆଶାରେ ସୋମବାର ଯାଏଁ ୨ଟି ବ୍ୟାଙ୍କ ଆକାଉଣ୍ଟସ ନମ୍ବର ଦେଇଛନ୍ତି । ଏହି ଆକାଉଣ୍ଟ ଜରିଆରେ ଆଗ୍ରହୀ ବ୍ୟକ୍ତି ଟଙ୍କା ଦାନ କରିପାରିବେ ।
ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ବ୍ୟାଙ୍କ ଆକାଉଣ୍ଟସ ନମ୍ବର ଗୁଡ଼ିକ ହେଲା ୧୧୧୦୯୩୩୯୧୬୫ (ଆଇଏଫଏସସି- ଏସବିଆଇଏନ୍୦୦୧୦୨୩୬) ଓ ୧୦୫୬୬୧୧୬୪୧୭ (ଏସବିଆଇଏନ୦୦୦୬୬୦୬) । ବାତ୍ୟା ପରେ ରାଜ୍ୟ ସରକାର ଅର୍ଥ ସଂଗ୍ରହ କରିବା ପାଇଁ ଆହ୍ଵାନ ଜଣାଇଛନ୍ତି । ଫନି ପ୍ରଭାବରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ଅର୍ଥ ପ୍ରଦାନ ନିମନ୍ତେ ଅନୁରୋଧ କରିଛନ୍ତି । ରାଜ୍ୟ ସରକାର ବିପଦ ସମୟରେ ସହାୟତାର ହାତ ବଢ଼ାଇବା ପାଇଁ ଆହ୍ଵାନ କରିଛନ୍ତି ।