ଆସିଲା ନଭେମ୍ବର ମାସ ପାଇଁ ଗାଇଡଲାଇନ: ସକାଳ ୫ଟାରୁ ରାତି ୧୦ଟା ଯାଏଁ ସବୁ ଖୋଲା

210

କନକ ବ୍ୟୁରୋ: ନଭେମ୍ବର ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ନଭେମ୍ବର ୧ରୁ ଡିସେମ୍ବର ୧ ଯାଏଁ କୋଭିଡ ଗାଇଡଲାଇନ । ପୌରାଞ୍ଚଳରେ ବଳବତ୍ତର ରହିବ ନାଇଟ କର୍ଫ୍ୟୁ । ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ସେହିପରି ରାଜ୍ୟରେ ସପ୍ତାହନ୍ତ ସଟଡାଉନ ଲାଗୁ ହେବ ନାହିଁ । ସକାଳ ୫ଟାରୁ ରାତି ୧୦ଟା ଯାଏଁ ସବୁ ଖୋଲା ରହିବ ।

ସେହିପରି ଆଗକୁ ଦିପାବଳୀ କାଳି ପୂଜାକୁ ଲକ୍ଷ୍ୟ କରି କଟକଣା ଜାରି କରାଯିବ । କଟକଣା ମାନି ପର୍ବପର୍ବାଣୀ ପାଳନ କରିବାକୁ ଗାଇଡଲାଇନରେ ନିର୍ଦ୍ଦେଶ ଦିଆଯାଇଛି । ବାଣ ବିକ୍ରି ଓ ଫୁଟାଇବା ଉପରେ ସ୍ୱତନ୍ତ୍ର ନିୟମାବଳୀ ଆସିବ ବୋଲି କୁହାଯାଇଛି ।