ରାଜ୍ୟ ସରକାର ଯୋଗାଇବେ ‘ଫାଭିପିରାଭିର’ ଔଷଧ । କଟକ, ଭୁବନେଶ୍ୱର, ପୁରୀକୁ ଯୋଗାଯିବ ‘ଫାଭିପିରାଭିର’ । କେବଳ ହୋମଆଇସୋଲେସନରେ ଥିବା ବ୍ୟକ୍ତି ଖାଇପାରିବେ । 

392

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇଦିଆଯିବ ‘ଫାଭିପିରାଭିର’ ଔଷଧ । କଟକ, ଭୁବନେଶ୍ୱର ଓ ପୁରୀକୁ ଏହା ଯୋଗାଇଦିଆଯିବ । ହୋମ ଆଇସୋଲେସନରେ ଥିବା ରୋଗୀ ଏହାକୁ ଦିଆ ଯିବ । ଡାକ୍ତରଙ୍କ ପରାମର୍ଶ କ୍ରମେ ଏହି ଔଷଧ ଖାଇପାରିବେ । ଏନେଇ ସୂଚନା ଦେଇଛନ୍ତି ଡାକ୍ତର ଜୟନ୍ତ ପଣ୍ଡା ।

ରୋଗୀ ଚିହ୍ନଟ ହେବାର ପ୍ରଥମ ଦିନରୁ ହିଁ ଫାଭିପିରାଭିର ବଟିକା ଦିଆଯିବ । ପ୍ରଥମ ଦିନ ସକାଳେ ୯ଟା ଓ ରାତିରେ ୯ଟା ଫାଭିପିରାଭିର ବଟିକା ଖାଇବେ । ଦ୍ୱିତୀୟରୁ ପଞ୍ଚମ ଦିନ ମଧ୍ୟରେ ସକାଳେ ୪ଟା ଓ ରାତିରେ ୪ଟା ବଟିକା ଖାଇବେ । ଏହାର ପାଶ୍ୱର୍ପ୍ରତିକ୍ରିୟା ଦେଖାଗଲେ ଡାକ୍ତରଙ୍କୁ ପରାମର୍ଶ କରିବାକୁ କହିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା ।

ଏନେଇ ପୂର୍ବରୁ ଏସଓପି ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନ ଓ ସିଡିଏମଓଙ୍କୁ ଚିଠି ଲେଖି କୁହାଯାଇଛି, ଘରୋଇ ସଂଗରୋଧରେ ଥିବା କରୋନା ଆକ୍ରାନ୍ତ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶରେ ଖାଇ ପାରିବେ ଫାଭିବିରାଭିର୍ । ଏଥିପାଇଁ ରୋଗୀଙ୍କ ଆବଶ୍ୟକ ସୂଚନା ଯୋଗାଇ ଦେବ ର୍ୟାପିଡ ରେସପନ୍ସ ଟିମ୍ ।