ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଅଗ୍ରିମ ଟୋକେନ ବ୍ୟବସ୍ଥାରେ କିଣାଯିବ ଧାନ । ସବୁ ବ୍ଲକରେ ହେବ ପାସ୍ ବ୍ୟବସ୍ଥା । ନୂଆ ଏମଏସପି ଦରରେ କିଣାଯିବ ଧାନ, ୧୫ ଲକ୍ଷ ଚାଷୀ ହେବେ ଉପକୃତ

362

କନକ ବ୍ୟୁରୋ : ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଏଥର ବି ଅଗ୍ରିମ ଟୋକନ୍ ବ୍ୟବସ୍ଥାରେ ଧାନ କିଣିବେ ରାଜ୍ୟ ସରକାର । ଚଳିତ ବର୍ଷ ୧୪ ଲକ୍ଷ ୯୭ ହଜାର ଚାଷୀ ଧାନ ବିକ୍ରି ପାଇଁ ପଂଜିକରଣ କରିଛନ୍ତି । ଧାନ ସଂଗ୍ରହ ଧାର୍ଯ୍ୟ ତାରିଖର ୭ ଦିନ ପରେ ଟୋକନ୍ ଜେନେରେଟ୍ ହେବ । କେଉଁ ଦିନ କେଉଁ ଚାଷୀ ଧାନ ବିକ୍ରି କରିବେ ସେଥିଲାଗି ଧାନ ସଂଗ୍ରହ କେନ୍ଦ୍ରରେ ନୋଟିସ୍ ଲାଗିବ ଏବଂ ମୋବାଇଲକୁ ମଧ୍ୟ ମେସେଜ୍ ଥିବ ।

ଜଳସେଚିତ ଜମିରୁ ଏକର ପିଛା ୧୯ କ୍ୱିଂଟାଲ ଓ ଅଣଜଳସେଚିତ ଜମିରୁ ୧୨ କ୍ୱିଂଟାଲ କିଣାଯିବ । ଯଦି କେହି ଟୋକନ୍ ପାଇନଥିବେ ୧୯୬୭ ଟୋଲ୍ ଫ୍ରି ନଂବରରେ ଜଣାଇବେ । କେଉଁ ଜିଲ୍ଲାରୁ କେଉଁ ତାରିଖରେ ଧାନ କିଣା ଆରମ୍ଭ ହେବ ଜିଲ୍ଲା ସ୍ତରୀୟ ଧାନ କ୍ରୟ ସମିତି ନିଷ୍ପତି ନେବେ । ପଶ୍ଚିମ ଓଡିଶାର ଜିଲ୍ଲା ଗୁଡିକ ନଭେମ୍ୱର ୧୫ ତାରିଖ ଭିତରେ ଧାନ ସଂଗ୍ରହ କରିବେ ।

ସବୁ ବ୍ଲକରେ ପି-ପାସ୍ ବ୍ୟବସ୍ଥା କରାଯିବ । ଯେଉଁଠି ଇଂଟରନେଟ୍ ସୁବିଧା ନାହିଁ ୫୦ ବ୍ଲକ ରେ ଅଫଲାଇନ୍ ବ୍ୟବସ୍ଥା କରାଯିବ । ଚଳିତ ବର୍ଷ ନୂଆ ଏମଏସପି ଦରରେ ଧାନ କିଣାଯିବ । ଏଫଏକ୍ୟୁ ମାନର ଧାନ କ୍ୱିଂଟାଲ ପିଛି ୧୮ ଶହ ୬୮ ଟଙ୍କା ଏବଂ ଗ୍ରେଡ୍ ଏ ମାନର ଧାନ କୁ ୧୮ ଶହ ୮୮ ଟଙ୍କାରେ କିଣାଯିବ ।