ଓଡ଼ିଶାରେ ତିଆରି ହେବ ଇଲେକ୍ଟ୍ରି ଗାଡି । ରାଜ୍ୟ ସରକାର ଓ ଜେଏସଡବ୍ଲୁ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର, ୪୦ ହଜାର କୋଟି ଟଙ୍କାର ପୁଂଜି ନିବେଶ

571

କନକ ବ୍ୟୁରୋ : ରାଜ୍ୟକୁ ଆସିବ ଇଭି ଶିଳ୍ପ । ଓଡିଶାରେ ତିଆରି ହେବ ଇଲେକଟ୍ରିକ ଭେହିକିଲ ବା ବିଦ୍ୟୁତ୍ ଚାଳିତ ଗାଡି ଓ ବ୍ୟାଟେରୀ । ଇଭି କାରଖାନା କରିବ ଜେଏସ୍ଡବ୍ଲ୍ୟୁ । ଲୋକସେବା କନଭେନସନ ହଲରେ ଓଡ଼ିଶା ସରକାର ଏବଂ ଜେଏସ୍ଡବ୍ଲ୍ୟୁ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । କଟକ ଓ ପାରାଦୀପରେ ଏହି କାରଖାନା ହେବ । ମୁଖ୍ୟମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି ।

୯ ଶହ ଏକର ଜମିରେ ଓଡ଼ିଶାରେ ପ୍ରଥମ ବିଦ୍ୟୁତ ଚାଳିତ ଗାଡି ଓ ବ୍ୟାଟେରୀ ନିର୍ମାଣ କାରଖାନା କରାଯିବ ଏଥିପାଇଁ ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ

କେମିତି ପ୍ରସ୍ତୁତ ହେବ ଇଲେକ୍ଟ୍ରିକ୍ ଗାଡି.. କେଉଁ ପ୍ଲାଂଟରେ କ’ଣ ରହିବ? ବିଦ୍ୟୁତ୍ ଚାଳିତ ଗାଡି ଓ ବ୍ୟାଟେରୀ ନିର୍ମାଣ କାରଖାନାର ମଡେଲ୍ ଦେଖାଇ ବୁଝାଇଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ।
୨୫୦ ହଜାର ମେଗାୱାଟ୍ରେ ବ୍ୟାଟେରୀ ନିର୍ମାଣ କାରଖାନା ହେବ
ଇଭି କାରଖାନା ହେଲେ ୧୧ ହଜାର ଯୁବପିଢ଼ିଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହୋଇପାରିବ
ଆନୁସଙ୍ଗିକ ଉଦ୍ୟୋଗ ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରିବ
ଚଳିତବର୍ଷ ଅକ୍ଟୋବର ମାସରେ ଶିଳାନ୍ୟାସ
୩ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ କରିବା ନେଇ ଯୋଜନା ରହିଥିବା ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ।

ଜେଏସଡବ୍ଲରୁ ଏହି ପ୍ରକଳ୍ପକୁ ପୂର୍ବରୁ କ୍ୟାବିନେଟ ଅନୁମୋଦନ ମଧ୍ୟ ଦେଇ ସାରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଶିଳ୍ପାୟନ ଦ୍ୱାରା ରାଜ୍ୟର ଯୁବବର୍ଗଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏହି ସବୁ ନୂତନ ଶିଳ୍ପ ହେବା ଦ୍ୱାରା ରାଜ୍ୟବାସୀ ଉପକୃତ ହେବେ ଏବଂ ରାଜ୍ୟ ବିଶ୍ୱ ମାନଚିତ୍ରରେ ଏକ ଶିଳ୍ପ ଶକ୍ତି ଭାବେ ଗଢି ଉଠିବ ।