କନକ ବ୍ୟୁରୋ: ରାଜ୍ୟରେ ସଂକ୍ରମଣ ବଢିବା ପରେ ସରକାରଙ୍କ ଚିନ୍ତା । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତା ବୈଠକ ଆରମ୍ଭ ହୋଇଛି । କୋଭିଡ ସ୍ଥିତି ନେଇ ଚାଲିଛି ଉଚ୍ଚସ୍ତରୀୟ ବୈଠକ । ଏସଆରସି, ସ୍ୱାସ୍ଥ୍ୟ ସଚିବ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ । ଭିଡିଓ କନଫରେନ୍ସିଂରେ ଜିଲ୍ଲାପାଳଙ୍କ ସହ ମଧ୍ୟ ଚାଲିଛି ଆଲୋଚନା ।
କରୋନ ସଂପର୍କିତ ଗାଇଡନାଇନକୁ କିଭଳି କଡାକଡି ଭାବେ ପାଳନ କରାଯିବ, କିଭଳି ସଂକ୍ରମଣକୁ ନିୟନ୍ତ୍ରଣ କରାଯିବ ସେନେଇ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରାଯାଉଛି । କିଛି ମାସ ବ୍ୟବଧାନ ପରେ ଆଜି ରାଜ୍ୟରେ ସର୍ବାଧିକ ୧୪୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଧିରେ ଧିରେ କରୋନା କାୟା ବିସ୍ତାର କରୁଥିବାରୁ ରାଜ୍ୟ ସରକାର ଏନେଇ ସତର୍କତା ଅବଲମ୍ବନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/31-8.jpg)