ବଢିଲା ପୋଲିସ କର୍ମଚାରୀଙ୍କ ଭତ୍ତା ! ଖାଦ୍ୟ ଭତ୍ତା ୧୪ ଶହ ଟଙ୍କାକୁ ବୃଦ୍ଧି କଲେ ରାଜ୍ୟ ସରକାର । 

775

ରାଜ୍ୟ ସରକାର ଶନିବାର ପୁଲିସ କର୍ମଚାରୀଙ୍କ ବିଭିନ୍ନ ଭତ୍ତା ବୃଦ୍ଧି କରିଛନ୍ତି । ଓଡ଼ିଶା ସରକାରଙ୍କ ଘୋଷଣା ଅନୁସାରେ ପୁଲିସ କର୍ମଚାରୀମାନେ ଏଣିକି ନୂତନ ଦରରେ ଭତ୍ତା ଟଙ୍କା ପାଇବେ । ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣାରୁ କନଷ୍ଟେବଳଙ୍କ ଠାରୁ ଇନ୍ସପେକ୍ଟର ଯାଏଁ ଉପକୃତ ହେବେ ।

ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ କନଷ୍ଟେବଲ, ହାବିଲଦାର, ସିପାହୀମାନଙ୍କ ଖାଦ୍ୟ ଭତ୍ତା ବୃଦ୍ଧି କରାଯାଇଛି । ଏହି ଶ୍ରେଣୀର ପୁଲିସ କର୍ମଚାରୀମାନେ ୧୧୫୦ ଟଙ୍କା ସ୍ଥାନରେ ୧୪୦୦ ଟଙ୍କା ଖାଦ୍ୟ ଭତ୍ତା ପାଇବେ । ସେହିପରି ଏଏସଆଇ, ଏସଆଇ ଓ ଇନ୍ସପେକ୍ଟର ମାନେ ବର୍ଦ୍ଧିତ ଦରରେ ବାଇକ୍ ଭତ୍ତା ପାଇବେ । ରାଜ୍ୟ ସରକାର ବାଇକ୍ ଭତ୍ତା ୭୦୦ ଟଙ୍କାରୁ ୧୦୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି ।