ବଢିଲା କ୍ୱାରେଣ୍ଟାଇନ ଅବଧି । ଏଣିକି ୧୪ ଦିନ ନୁହେଁ ୨୮ ଦିନିଆ କ୍ୱାରେଣ୍ଟାଇନ । ୨୧ ଦିନ ସରକାରୀ ସଙ୍ଗରୋଧ କେନ୍ଦ୍ରରେ, ୭ ଦିନ ଘରେ ରହି ପାଳିବେ ନିୟମ । ସରକାର ଜାରି କଲେ ନୂଆ ନିର୍ଦ୍ଦେଶାବଳୀ

1,556

କନକ ବ୍ୟୁରୋ: ବଢିଲା କ୍ୱାରେଣ୍ଟାଇନ ଅବଧି । ୧୪ ଦିନ ନୁହେଁ ଏଣିକି ୨୮ ଦିନ ପାଳନ ହେବ କ୍ୱାରେଣ୍ଟାଇନ ନିୟମ । ସରକାରୀ ସଙ୍ଗରୋଧ କେନ୍ଦ୍ରରେ ୨୧ ଦିନ ରହିବାକୁ ପଡିବ । ଆଉ ୭ ଦିନ ଘରେ ରହି ନିୟମ ପାଳନ କରିବେ ବାହାରୁ ଫେରୁଥିବା ଲୋକେ । ତେବେ ୧୪ ଦିନ ବଦଳରେ ମୋଟ ୨୮ ଦିନ ସଙ୍ଗରୋଧରେ ରହିବା ପାଇଁ ସରକାରଙ୍କ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ବୋଲି କୋଭିଡ୍ -୧୯ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ।

ତେବେ ୨୮ ଦିନ ଭିତରେ କରୋନା ଲକ୍ଷଣ ଜଣାପଡିବାର ସମ୍ଭାବନା ଥିବାରୁ ସଙ୍ଗରୋଧ ଅବଧିକୁ ୧୪ ଦିନରୁ ୨୮ ଦିନକୁ ବଢାଗଲା । ତେବେ ସମସ୍ତେ ୨୮ ଦିନିଆ ସଙ୍ଗରୋଧ ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି ସୁବ୍ରତ ବାଗଚୀ ।


ସେପଟେ ସଙ୍ଗରୋଧ କେନ୍ଦ୍ରରେ ଏଣିକି କଟକଣା ଅଧ୍କ ହେବ । ସଙ୍ଗରୋଧ କେନ୍ଦ୍ରରେ ସାମାଜିକ ଦୂରତାକୁ କଡାକଡି ପାଳନ କରାଯିବ । ବ୍ୟକ୍ତିଗତ ପରିଚ୍ଛନ୍ନତା ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ସଙ୍ଗରୋଧ କେନ୍ଦ୍ରରେ ଲାଗିବ ସିସିଟିଭି କ୍ୟାମେରା । ବାହାର ଓ ଭିତର ଲୋକଙ୍କ ଯାଆସ ଜାଣିବାକୁ ସିସିଟିଭି ଲାଗିବ ।

ସବୁଠାରୁ ବଡକଥା ହେଉଛି ସଙ୍ଗରୋଧ କେନ୍ଦ୍ର ଆଖପାଖରେ ୧୪୪ ଧାରି ଜାରି ହେବ । ବାହାର ଲୋକଙ୍କ ଯିବା ଆସିବା ଉପରେ କଟକଣା ଲଗାଇବାକୁ ୧୪୪ ଜାରି ହେବ । ସିସିଟିଭି କ୍ୟାମେରାରେ ବି ସମସ୍ତ ଗତିବିଧି ନଜର କରାଯିବ ବୋଲି ସୁବ୍ରତ ବାଗଚୀ କହିଛନ୍ତି ।