ମହାମାରୀ ବେଳେ ବଢିଲା ଶ୍ରମିକଙ୍କ ମଜୁରୀ । ସଙ୍କଟ ସମୟରେ ଖୁସି ଖବର ଦେଲେ ସରକାର । ବଢିଲା ସବୁ ଶ୍ରେଣୀର ଶ୍ରମିକଙ୍କ ଦୈନିକ ମଜୁରୀ

2,116

କନକ ବ୍ୟୁରୋ: ରାଜ୍ୟ ସରକାର ଶ୍ରମିକମାନଙ୍କର ମଜୁରୀ ବୃଦ୍ଧି କରିଛନ୍ତି। କରେନା ସଂକଟ ସମୟରେ ଶ୍ରମିକମାନଙ୍କର ମଜୁରୀ ବଢ଼ିବା ନିଶ୍ଚିତ ଭାବେ ଖୁସିର ଖବର। ରାଜ୍ୟର ସବୁ ଶ୍ରେଣୀର ଶ୍ରମିକଙ୍କ ମଜୁରୀ ୫ଟଙ୍କା ୪୦ ପଇସା ବଢ଼ିଛି।

ରାଜ୍ୟ ସରକାର ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୩୦୩ଟଙ୍କା ୪୦ ପଇସାକୁ ବୃଦ୍ଧି କରିଛନ୍ତି। ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମୁଜରୀ ୩୪୩ଟଙ୍କା ୪୦ ପଇସା ହୋଇଥିବା ବେଳେ କୁଶଳୀ ଶ୍ରମିକଙ୍କ ମଜୁରୀ ୩୯୩ଟଙ୍କା ୪୦ ପଇସା ହୋଇଛି। ସେହିପରି ଅତିକୁଶଳୀ ଶ୍ରମିକଙ୍କ ମଜୁରୀ ୪୫୩ଟଙ୍କା ୪୦ ପଇସା ହୋଇଛି।