କନକ ବ୍ୟୁରୋ: ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ସରକାରଙ୍କ ସହାୟତା । ୪ ଲକ୍ଷ ଟଙ୍କାର ସହାୟତା ଦେବାକୁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ଓଡିଶା ୱାର୍କିଂ ଜର୍ଣ୍ଣାଲିଷ୍ଟ ୱେଲଫେୟାର ଫଣ୍ଡରୁ ମିଳିବ ସହାୟତା । ମୁଖ୍ୟମନ୍ତ୍ରୀଙ୍କ ସହାୟତା ମଞ୍ଜୁର ନେଇ ମାନସ ମଙ୍ଗରାଜ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ।
ଗତକାଲି କଟକ ମୁଣ୍ଡୁଳୀ ବ୍ୟାରେଜରେ ଫସି ରହିଥିବା ହାତୀକୁ ଉଦ୍ଧାର କରିବା ବେଳେ ବଡ ଧରଣର ଅଘଟଣ ଘଟିଥିଲା । ହାତୀକୁ ଉଦ୍ଧାର କରିବାକୁ ବୋଟରେ ନଦୀ ଭିତରକୁ ଯାଇଥିଲେ ଓଡ୍ରାଫ ଟିମ । ଆଉ ସେହି ବୋଟରେ ଓଟିଭିର ସାମ୍ବାଦିକ ଅରିନ୍ଦମ ଦାସ ଓ ପ୍ରଭାତ ସିହ୍ନା ରହିଥିଲେ । ବୋଟ ବୁଡିଯିବା ଫଳରେ ନଦୀରେ ବୁଡି ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/25-28.jpg)