ଆସିଲା ୨ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ଗତକାଲି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ମହିଳା, ଜଣେ ଯୁବକ । ଉଭୟ ଭୁବନେଶ୍ୱର ମଧୂସୁଦନ ନଗର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ

2,917

କନକ ବ୍ୟୁରୋ: ଆସିଲା ୨ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ଗତକାଲି ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ସରକାର । ୪୯ ନମ୍ବର ଏବଂ ୫୦ ନମ୍ବର ନୂଆ ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜଣାଇଲେ ସରକାର । ୪୯ ନମ୍ବର ଆକ୍ରାନ୍ତ ଜଣଙ୍କ ୩୫ ବର୍ଷୀୟ ମହିଳା ହୋଇଥିବା ବେଳେ ୫୦ ନମ୍ବର ଆକ୍ରାନ୍ତ ଜଣଙ୍କ ୨୩ ବର୍ଷୀୟ ଯୁବକ । ଆଉ ଉଭୟ ଆକ୍ରାନ୍ତ ଭୁବନେଶ୍ୱର ମଧୂସୁଦନ ନଗର ଆକ୍ରାନ୍ତଙ୍କ ସହ ସଂସ୍ପର୍ଶରେ ଆସିଥିଲେ ।

ତେବେ ଗତକାଲି ରାଜ୍ୟରେ ଆଉ ୨ ଆକ୍ରାନ୍ତ ଚିହ୍ନ ହୋଇଥିଲେ । ବିଳମ୍ବିତ ରାତିରେ ଏହି ୨ ଆକ୍ରାନ୍ତଙ୍କ ସୂଚନା ଦେଇଥିଲା ସ୍ୱାସ୍ଥ୍ୟ ବିଭାଗ । ଗତରାତିରେ ୧୦ ଆକ୍ରାନ୍ତ ସୁସ୍ଥ ହେବା ଓଡିଶା ପାଇଁ ସବୁଠାରୁ ଖୁସି ଖବର ଥିଲା । ରାଜ୍ୟରେ ଏକାସଙ୍ଗେ ସୁସ୍ଥ ହୋଇଥିଲେ ୧୦ କରୋନା ଆକ୍ରାନ୍ତ । ୧୦ ଆକ୍ରାନ୍ତଙ୍କ ନମୂନା ପରୀକ୍ଷା ପରେ ଆସିଥିଲା ନେଗେଟିଭ୍ । ତେବେ ସବୁଠାରୁ ଖୁସିର କଥା ହେଲା କି, ସୁସ୍ଥ ହୋଇଥିବା ଏହି ୧୦ ଜଣଙ୍କ ମଧ୍ୟରେ ଭୁବନେଶ୍ୱର ୫ ଜଣ । ସେହିପରି ଭଦ୍ରକରୁ ୨ ଜଣ, କଟକରୁ ଜଣେ, ଯାଜପୁରରୁ ଜଣେ ଥିବାବେଳେ ପୁରୀରୁ ମଧ୍ୟ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ ।