ଆସିଲା ୫୦ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ । ୨୨ ବର୍ଷୀୟ ଆକ୍ରାନ୍ତ ଯୁବକ ଭୁବନେଶ୍ୱରର କେଉଁଠି କେଉଁଠି ଯାଇଛନ୍ତି ? ଜାଣନ୍ତୁ…

755

କନକ ବ୍ୟୁରୋ: ଆସିଲା ୫୦ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ । ୨୨ ବର୍ଷୀୟ ଯୁବକଙ୍କ ଟ୍ରାଭେଲ ହିଷ୍ଟ୍ରି ଦେଲେ ସରକାର । ଆକ୍ରାନ୍ତ ଯୁବକ ମାର୍ଚ୍ଚ ୧୮ରୁ ୨୦ ମଧ୍ୟରେ ଖୋର୍ଦ୍ଧା ବାଣପୁରର ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ ।

ସେହିପରି ୨୦ ମାର୍ଚ୍ଚରୁ ୧୦ ଏପ୍ରିଲ ମଧ୍ୟରେ ୟୁନିଟ-୩, ଷ୍ଟେସନ ଛକ, ସତ୍ୟନଗର ଏବଂ ଝାରପଡାକୁ କେବେ କେବେ ନିଜ ସାଙ୍ଗ ଓ ସମ୍ପର୍କୀୟଙ୍କୁ ଭେଟିବାକୁ ଯାଇଥିଲେ । ଗତ ୧୦ ତାରିଖ ଦିନ ତାଙ୍କ ନମୂନା ପରୀକ୍ଷା ପରେ କରୋନା ପଜିଟିଭ ଆସିଥିଲା । ସେହି ୧୦ ତାରିଖରେ ହିଁ ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ତେବେ ୫୦ ନମ୍ବର ଆକ୍ରାନ୍ତ ଯୁବକ ୪୧ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ।

୪୧ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଭୁବନେଶ୍ୱର ୟୁନିଟ-୪ ଅଞ୍ଚଳର ୨ ଜଣ ସଂକ୍ରମିତ ହୋଇଥିଲେ । ୪୯ ନମ୍ବର ଏବଂ ୫୦ ନମ୍ବର ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ୫୦ ନମ୍ବର ଆକ୍ରାନ୍ତ ୩୫ ବର୍ଷୀୟ ମହିଳାଙ୍କ କାଲି ଗସ୍ତ ବିବରଣୀ ଦେଇଥିଲେ ସରକାର ।