୭ କରୋନା ଆକ୍ରାନ୍ତଙ୍କ ପୂରା ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର । ଜାଣନ୍ତୁ ଏହି ୭ ଆକ୍ରାନ୍ତ କେଉଁ କେଉଁ ସ୍ଥାନରୁ ଆସିଥିଲେ ? କେଉଁଠି କେଉଁଠି ଯାଇଥିଲେ ?

8,394

କନକ ବ୍ୟୁରୋ: ଆସିଲା ୭ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ । ଓଡିଶାର ୭ ଜଣ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର । ପଶ୍ଚିମବଙ୍ଗ ମେଦିନାପୁରର ୭୦ ବର୍ଷୀୟ ବୃଦ୍ଧଙ୍କ ଟ୍ରାଭେଲ ହିଷ୍ଟ୍ରି ଦେଲେ ସରକାର । ୪୪ତମ ଆକ୍ରାନ୍ତଙ୍କ ସହ ଅନ୍ୟ ୬ ଜଣ ଅର୍ଥାତ ମୋଟ ୭ ଜଣ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ମିଳିଲା ।

ତେବେ ୭ ଏପ୍ରିଲରେ ମେଦିନାପୁରରୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଅଭିମୁଖ୍ୟ ଆସିଥିଲେ । ସେହିଦିନ ରାତିରେ ଆସିବା ବାଟରେ ବାଲେଶ୍ୱରର ଏକ ଚା’ ଦୋକାନରେ ଅଟକିଥିଲେ । ୮ ଏପ୍ରିଲରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଆଇସୋଲେସନରେ ରହିଥିଲେ । ଆଉ ୯ ଏପ୍ରିଲ ଅର୍ଥାତ ଆଜି ତାଙ୍କ ନମୂନା ପରୀକ୍ଷା ପରେ ତାଙ୍କ ଦେହରେ କରୋନା ପଜିଟିଭ ଥିବା ଜଣାପଡିଛି । ତେବେ ପଜିଟିଭ ଜଣାପଡିବା ପରେ କିମ୍ସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସେହିପରି ଢେଙ୍କାନାଳର ୫୧ ବର୍ଷୀୟ କରୋନା ଆକ୍ରାନ୍ତ ମହିଳା ନିଜାମୁଦ୍ଦିନ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିଲ । ମାର୍ଚ୍ଚ ୧୦-୧୭ ତାରିଖ ଭିତରେ ସଂସ୍ପର୍ଶରେ ଆସିଥିଲେ । ୧୮ରୁ ୨ ତାରିଖ ସେ ତାଙ୍କ ଘରେ ରହିଥିଲେ । ଏବଂ ଗତକାଲି ତାଙ୍କର ନମୂନା ପରୀକ୍ଷା ପରେ ପଜିଟିଭ ଆସିଥିଲା ଆଉ ତାଙ୍କୁ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ତେବେ କଳାହାଣ୍ଡିର ୨୯ ବର୍ଷୀୟ ଯୁବକଙ୍କ ମଧ୍ୟ ଗସ୍ତ ବିବରଣୀ ହସ୍ତଗତ ହୋଇଛି । ସେ ମାର୍ଚ୍ଚ ୧୭ରେ ବାହାରିନରୁ ଫେରିଥିଲେ । ଅନ୍ୟପଟେ କେନ୍ଦ୍ରାପଡାର କରୋନା ଆକ୍ରାନ୍ତ ୨୧ରୁ ୨୨ ମାର୍ଚ୍ଚ ଭିତରେ ଦୁବାଇରୁ ଦିଲ୍ଲୀ ଫେରିଥିଲେ ଆଉ ଗତ ୬ ଏପ୍ରିଲରେ ତାଙ୍କର ନମୂନା ପଜିଟିଭ ବାହାରିଛି । ସେମିତି ୫ ନମ୍ବର ଆକ୍ରାନ୍ତ ଭୁବନେଶ୍ୱର ସୂର୍ଯ୍ୟନଗରର , ୪ ନମ୍ବର ଆକ୍ରାନ୍ତ ଭଦ୍ରକ ଏବଂ କଟକର ୬ ନମ୍ବର ଆକ୍ରାନ୍ତଙ୍କ ପୂରା ଗସ୍ତ ବିବରଣୀ ଦେଇଛନ୍ତି ସରକାର ।