ଆସିଲା ୪୪ତମ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ । ୭ ଏପ୍ରିଲରେ ମେଦିନାପୁରରୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଅଭିମୁଖ୍ୟ ଆସିଥିଲେ ୭୦ ବର୍ଷୀୟ ବୃଦ୍ଧ । ଜାଣନ୍ତୁ ଆସିବା ବାଟରେ ସେ କେଉଁଠି କେଉଁଠି ଅଟକିଥିଲେ…

2,304

କନକ ବ୍ୟୁରୋ: ଆସିଲା ୪୪ତମ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ । ୭୦ ବର୍ଷୀୟ ବୃଦ୍ଧଙ୍କ ଗସ୍ତ ବିବରଣୀ ଦେଲେ ସରକାର । ୭ ଏପ୍ରିଲରେ ମେଦିନାପୁରରୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଅଭିମୁଖ୍ୟ ଆସିଥିଲେ । ସେହିଦିନ ରାତିରେ ଆସିବା ବାଟରେ ବାଲେଶ୍ୱରର ଏକ ଚା’ ଦୋକାନରେ ଅଟକିଥିଲେ । ୮ ଏପ୍ରିଲରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଆଇସୋଲେସନରେ ରହିଥିଲେ । ଆଉ ୯ ଏପ୍ରିଲ ଅର୍ଥାତ ଆଜି ତାଙ୍କ ନମୂନା ପରୀକ୍ଷା ପରେ ତାଙ୍କ ଦେହରେ କରୋନା ପଜିଟିଭ ଥିବା ଜଣାପଡିଛି । ତେବେ ପଜିଟିଭ ଜଣାପଡିବା ପରେ କିମ୍ସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ତେବେ ଆଜି ରାଜ୍ୟରେ ଆଉ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ ଓ ଭୁବନେଶ୍ୱରରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସବୁଠାରୁ ବଡକଥା ହେଉଛି ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କ ନମୂନାରେ କରୋନା ପଜିଟିଭ ଚିହ୍ନଟ ହୋଇଛି । ଢେଙ୍କାନାଳର ୫୧ ବର୍ଷୀୟ ମହିଳା କରୋନାରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଥିବା ବେଳେ ସେ ନିଜାମୁଦ୍ଦିନ ଫେରନ୍ତାଙ୍କ ସଂସ୍ପର୍ଶରେ ମାର୍ଚ୍ଚ ୧୦-୧୭ ତାରିଖ ଭିତରେ ଆସିଥିଲେ ।