ଆସିଲା ୬ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ବାଲେଶ୍ୱର-ଭଦ୍ରକ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ସରକାର । ଜାଣନ୍ତୁ କୋଲକାତାରୁ ଘରକୁ କେମିତି ଆସିଥିଲେ ଆକ୍ରାନ୍ତ

1,178

କନକ ବ୍ୟୁରୋ: ଆସିଲା ୬ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ବାଲେଶ୍ୱର ଭଦ୍ରକର ୬୧, ୬୨, ୬୩, ୬୪, ୬୫, ୬୬ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ସରକାର । ୬୧ ନମ୍ବର କରୋନା ଆକ୍ରାନ୍ତ ବାଲେଶ୍ୱର ନେଳିଆବାଗର ୫୮ ବର୍ଷୀୟ ବ୍ୟକ୍ତି । ସେ ୧୩ ମାର୍ଚ୍ଚରେ ଗାଡି ଭଡା କରି ଝାଡଖଣ୍ଡ ଯାଇଥିଲେ । ୭ ଏପ୍ରିଲରେ ଘରୁ ବାଲେଶ୍ୱର ମେଡିକାଲ ନିଜ ସ୍କୁଟିରେ ଯାଇଥିଲେ । ୧୩ ଏପ୍ରିଲରେ ପୁଣି ଥରେ ଜିଲ୍ଲା ମୁଖ୍ୟ ମେଡିକାଲ ଯାଇ ସେହିଦିନ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଆସିଥିଲେ । ୧୪ ଏପ୍ରିଲରେ ଆପୋଲୋରୁ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ କିମ୍ସ ମେଡିକାଲ ଗାଡି ଭଡା କରି ଯାଇଥିଲେ । ୧୪ ଏପ୍ରିଲରୁ ୧୬ ଏପ୍ରିଲ ଯାଏଁ କିମ୍ସ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ୧୬ ଏପ୍ରିଲରେ ଏମ୍ସରେ ଭର୍ତ୍ତି ହେଲେ । ୧୮ ତାରିଖରେ ନମୂନାରେ କରୋନା ପଜିଟିଭ ଆସିବା ପରେ ପୁଣି ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।

ଆକ୍ରାନ୍ତ ନମ୍ବର ୬୨
୬୨ ନମ୍ବର କରୋନା ଆକ୍ରାନ୍ତ ୫୭ ବର୍ଷୀୟ ବ୍ୟକ୍ତି । ସେ କୋଲକାତାରୁ ନିଜ ଘର ଭଦ୍ରକ ବାସୁଦେବପୁର ପଦ୍ମପୁର ଫେରିଥିଲେ । ୨୮ ମାର୍ଚ୍ଚରେ କୋଲକାତାରୁ ଗାଡି ଭଡା କରି ୩ ଜଣ ଯାତ୍ରୀଙ୍କ ସହ ସେ ବାସୁଦେବପୁର ଆସିଥିଲେ । ୨୮ରୁ ୧୪ ଏପ୍ରିଲ ଘରେ ସଙ୍ଗରୋଧରେ ରହିଲେ । ୧୯ ଏପ୍ରିଲରେ ନମୂନା ପଜିଟିଭ ଆସିବା ପରେ ୨୦ ତାରିଖରେ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।

ଆକ୍ରାନ୍ତ ନମ୍ବର ୬୩
୬୩ ନମ୍ବର କରୋନା ଆକ୍ରାନ୍ତ ୫୮ ବର୍ଷୀୟ ବ୍ୟକ୍ତି କୋଲକାତାରୁ ନିଜ ଘର ଭଦ୍ରକ ଜିଲ୍ଲା ବାସୁଦେବପୁରର ଖରିଡା ଗାଁକୁ ଫେରିଥିଲେ । ୯ ଏପ୍ରିଲରେ ସେ ଟ୍ରକରେ କୋଲକାତାରୁ ଫେରିଥିଲେ । ୯ରୁ ୧୪ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ । ୧୫ରୁ ୧୯ ସରକାରୀ ସଙ୍ଗରୋଧରେ ରହିବା ପରେ ୧୯ଏପ୍ରିଲରେ ତାଙ୍କ ନମୂନା ପଜିଟିଭ ଆସିଥିଲା ଆଉ ୨୦ ତାରିଖରେ ତାଙ୍କୁ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।

ଆକ୍ରାନ୍ତ ନମ୍ବର ୬୪
କୋଲକାତାରୁ ଭଦ୍ରକ ବାସୁଦେବପୁର ମାଟିପକା ଗାଁକୁ ଫେରିଛନ୍ତି ୫୫ ବର୍ଷୀୟ ଆକ୍ରାନ୍ତ ବ୍ୟକ୍ତି । ୨୯ ମାର୍ଚ୍ଚରେ ସେ କୋଲକାତାରୁ ଭଡା ଗାଡିରେ ଅନ୍ୟ ୭ ଜଣ ଯାତ୍ରୀଙ୍କ ସହ ଆସିଥିଲେ । ୨୯ ମାର୍ଚ୍ଚରୁ ୧୪ ଏପ୍ରିଲ ଘରେ ସଙ୍ଗରୋଧରେ ରହିଥିଲେ । ପରେ ୧୫ ଏପ୍ରିଲରୁ ୧୯ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ୧୯ରେ ନମୂନା ପଜିଟିଭ ବାହାରିଥିଲା । ପରେ ୨୦ ଏପ୍ରିଲରେ ତାଙ୍କୁ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।

ଆକ୍ରାନ୍ତ ନମ୍ବର ୬୫
୨୮ ମାର୍ଚ୍ଚରେ କୋଲକାତାରୁ ଫେରିଥିଲେ ଭଦ୍ରକ ଭଣ୍ଡାରୀପୋଖରୀ ରାହାଣିଆ ଅଞ୍ଚଳର ୬୬ ବର୍ଷୀୟ ଆକ୍ରାନ୍ତ । ୨୮ରୁ ୧୪ ଏପ୍ରିଲ ଘରେ ସଙ୍ଗରୋଧରେ ରହିଥିଲେ । ୧୫ ଏପ୍ରିଲରୁ ୧୯ ଏପ୍ରିଲ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ୧୯ରେ ନମୂନା ପଜିଟିଭ ଓ ୨୦ରେ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।

ଆକ୍ରାନ୍ତ ନମ୍ବର ୬୬
୨୯ ମାର୍ଚ୍ଚରେ କୋଲକାତାରୁ ଫେରିଥିଲେ ଭଦ୍ରକ ଭଣ୍ଡାରୀପୋଖରୀ କୁଶଗଡିଆ ଅଞ୍ଚଳର ୪୮ ବର୍ଷୀୟ ଆକ୍ରାନ୍ତ । ୨୯ ମାର୍ଚ୍ଚରୁ ୧୪ ଏପ୍ରିଲ ଘରେ ସଙ୍ଗରୋଧରେ ରହିଥିଲେ । ୧୫ ଏପ୍ରିଲରୁ ୧୯ ଏପ୍ରିଲ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ୧୯ରେ ନମୂନା ପଜିଟିଭ ଓ ୨୦ରେ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।

Comments are closed.