ଆସିଲା ୫ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ । ବମିଖାଲର ୩, ଝାରପଡାର ଜଣେ, ଯାଜପୁରର ଜଣେ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଦେଲେ ସରକାର । ଜାଣନ୍ତୁ କେଉଁ କେଉଁ ଅଞ୍ଚଳ ଯାଇଥିଲେ ଆକ୍ରାନ୍ତ ?

1,105

କନକ ବ୍ୟୁରୋ: ଆସିଲା ୫ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ଆଜି ଚିହ୍ନଟ ହୋଇଥିବା ଆଉ ୫ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ସରକାର । ବମିଖାଲର ଆଉ ୩ ଜଣ, ଝାରପଡାର ଜଣେ ଏବଂ ଯାଜପୁରର ଜଣେ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ସରକାର ।

ତେବେ ୫୭, ୫୮, ୫୯ ନମ୍ବର ଆକ୍ରାନ୍ତ ବମିଖାଲ ଅଞ୍ଚଳର । ୫୭ ନମ୍ବର ଆକ୍ରାନ୍ତ ବମିଖାଲ ଅବରୋଧ ଅଞ୍ଚଳର ୫୦ ବର୍ଷୀୟ ବ୍ୟକ୍ତି । ସେ ପୂର୍ବରୁ ଆକ୍ରାନ୍ତ ଥିବା ୭, ୮, ୨୨, ୩୯ ନମ୍ବର ବ୍ୟକ୍ତିଙ୍କ ପଡୋଶୀ । ୨୨ ମାର୍ଚ୍ଚରୁ ୧୩ ଏପ୍ରିଲ ଯାଏଁ ସେ ନିଜ ଘରେ ରହିଥିଲେ । ସେହି ସମୟରେ ସେ ଗଣେଶ ମଣ୍ଡପ ପାଖ ପରିବା ଦୋକାନ ଯାଇଥିଲେ । ଓଭର ବ୍ରିଜ ନିକଟ ରିଲାଏନ୍ସ ଫ୍ରେସ ଯାଇ ସାମଗ୍ରୀ କିଣିଥିଲେ । ବୋମିଖାଲ ଏବଂ ରସୁଲଗଡ ମାର୍କେଟ ବୁଲିଥିଲେ । ସବୁଠାରୁ ବଡ କଥା ହେଉଛି ତାଙ୍କ ଠାରେ ମଧ୍ୟ କୌଣସି ଲକ୍ଷଣ ଦେଖାଯାଇନଥିଲା । କିନ୍ତୁ ପାଖରେ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ଏବଂ ପଜିଟିଭ ଚିହ୍ନଟ ପରେ ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲକୁ ପଠାଯାଇଛି ।

୫୮ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

୫୧ ବର୍ଷିୟ ମହିଳା ଆକ୍ରାନ୍ତ ଜଣଙ୍କ ବମିଖାଲ ଜୟଦୁର୍ଗାନଗରର ବେବିଲୋନ ଆପାର୍ଟମେଂଟରେ ୨୨ ମାର୍ଚରୁ ୧୩ ଏପ୍ରିଲ ଯାଏଁ ରହିଥିଲେ । ମହିଳା ଜଣଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଇନଥିଲା । କିନ୍ତୁ ପାଖରେ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ତାଙ୍କର ଟେଷ୍ଟ କରାଯାଇଥିଲା । ୧୪ ଏପ୍ରିଲରେ ପଜିଟିଭ ଚିହ୍ନଟ ପରେ ତାଙ୍କୁ କିମ୍ସର କୋଭିଡ ହସ୍ପିଟାଲକୁ ପଠାଯାଇଛି ।

୫୯ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

୭୫ ବର୍ଷୀୟ ବୃଦ୍ଧ ବ୍ୟକ୍ତି ବମିଖାଲ ଜୟଦୁର୍ଗାନଗରର ବେବିଲୋନ ଆପାର୍ଟମେଂଟରେ ୨୨ ମାର୍ଚରୁ ୧୩ ଏପ୍ରିଲ ଯାଏଁ ରହିଥିଲେ । ଏହି ବୃଦ୍ଧଙ୍କ ଠାରେ ମଧ୍ୟ କୌଣସି ଲକ୍ଷଣ ଦେଖାଯାଇନଥିଲା । କିନ୍ତୁ ଯେହେତୁ ସେହି ଆପାର୍ଟମେଂଟରେ ଅନ୍ୟ ପଜିଟିଭ ଚିହ୍ନଟ ହୋଇଥିଲେ, ସେଥିପାଇଁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ମଙ୍ଗଳବାର ପଜିଟିଭ ଚିହ୍ନଟ ପରେ ତାଙ୍କୁ କିମ୍ସ ହସ୍ପିଟାଲକୁ ପଠାଯାଇଛି ।

୬୦ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

ଝାରପଡା ନିଳାଦ୍ରୀନଗରର ୫୧ ବର୍ଷୀୟ ଏହି ବ୍ୟକ୍ତି ଜଣଙ୍କ ୪୨ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ୨୨ ମାର୍ଚରୁ ୧୩ ଏପ୍ରିଲ ଯାଏଁ ନିଳଦ୍ରୀନଗରରେ ରହିବା ବେଳେ ସେ କେସୁରା ବଜାର, ରସୁଲଗଡ ହାଟ ଏବଂ ପଳାଶୁଣୀ ଯାଇଥିଲେ ବଜାରରୁ ସଉଦା ଆଣିବା ପାଇଁ । ୧୪ ତାରିଖରେ ତାଙ୍କର ନମୂନା ସଂଗ୍ରହ କରାଯିବା ପରେ ସେହି ୧୪ରେ ହିଁ ସେ ପଜିଟିଭ ଚିହ୍ନଟ ହୋଇଛନ୍ତି ।

୫୬ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

ଯାଜପୁର ସଦର ଅଂଚଳର ୬୬ ବର୍ଷୀୟ ବ୍ୟକ୍ତି ଜଣଙ୍କ କୋଲକାତାର ବାବୁଘାଟରୁ ଏକ ଟାଟା ମ୍ୟାଜିକ ଗାଡିରେ ୧୭ ଜଣ ଯାତ୍ରୀଙ୍କ ସହ ଯାଜପୁରର ଷଠିପୁରରେ ୨୮ ମାର୍ଚ ରାତିରେ ପହଂଚିଥିଲେ । ତାପରେ ଷଠିପୁରରୁ ଗଣେଶପୁର ଯାଏ ଏକ ମାଛ ଗାଡିରେ ବସି ୨୯ ମାର୍ଚରେ ଯାଜପୁର ପହଂଚିଥିଲେ । ତା ପରେ ଯାଜପୁରର ତ୍ରିଲୋଚନପୁରରେ ୧୩ ଏପ୍ରିଲ ଯାଏଁ ହୋମ କ୍ୱାରେନଟାଇନରେ ରହିଲେ । ୧୪ ତାରିଖରେ ପଜିଟିଭି ଆକ୍ରାନ୍ତ ଚିହ୍ନଟ ହେବା ପରେ ତାଙ୍କୁ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ପଠାଯାଇଛି ।