ଆସିଲା କୁନି କରୋନା ଆକ୍ରାନ୍ତର ଟ୍ରାଭେଲ ହିଷ୍ଟ୍ରି । ଜାଣନ୍ତୁ ବାଲେଶ୍ୱରର ୨ ବର୍ଷର ଝିଅକୁ କେମିତି ହେଲା କରୋନା ? କଣ ଥିଲା ଦେହରେ ଲକ୍ଷଣ ?

14,957

କନକ ବ୍ୟୁରୋ: ଆସିଲା କୁନି କରୋନା ଆକ୍ରାନ୍ତର ଗସ୍ତ ବିବରଣୀ । ବାଲେଶ୍ୱରର ୨ ବର୍ଷ ଝିଅର ଗସ୍ତ ବିବରଣୀ ଦେଲେ ସରକାର । କରୋନାରେ ଆକ୍ରାନ୍ତ ହୋଇଥିବା ୨ ବର୍ଷର ଶିଶୁ କନ୍ୟା ବାଲେଶ୍ୱର ବରହମପୁର ରିଗିଡି ଅଞ୍ଚଳର । ତେବେ ୬ ତାରିଖରୁ ଆଜି ଯାଏଁ କୁନି ଝିଅ ଦେହରେ ଥଣ୍ଡା ଓ କାଶ ଥିଲା । ପରେ ବରହମପୁର ସିଏଚସିକୁ ଦୁଇ ଥର ଯାଇଥିଲେ । ୭ ଏପ୍ରିଲରୁ ୧୬ ଏପ୍ରିଲ ମଧ୍ୟରେ ଦୁଇ ଥର ଯାଇଥିଲେ ।

ତେବେ କରୋନା ଲକ୍ଷଣ ଥିବାରୁ ତାଙ୍କର ନମୂନା ସଂଗ୍ରହ କରାଯାଇଥିଲା । ୧୯ ତାରିଖରେ ତାଙ୍କ ନମୂନାରେ କରୋନା ପଜିଟିଭ ଆସିଥିଲା । ପରେ ୨୦ ତାରିଖରେ ତାଙ୍କୁ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।

ତେବେ ଏହା ଓଡି଼ଶାରେ ପ୍ରଥମ କେସ୍ । ରାଜ୍ୟରେ ପୂର୍ବରୁ ଜଣେ ୫ ବର୍ଷ ଏବଂ ଆଉ ଜଣେ ୯ ବର୍ଷର ଶିଶୁ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ଦୁଇ ବର୍ଷର ଶିଶୁ କରୋନାରେ ଆକ୍ରାନ୍ତ ହେବା ପ୍ରଥମ ଘଟଣା । ତେବେ ଏତେ ଛୋଟ ପିଲା କେମିତି ଓ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛି ସେନେଇ ସମସ୍ତଙ୍କୁ ଚିନ୍ତା ଘାରିଥିଲା ।