କନକ ବ୍ୟୁରୋ: ଆସିଲା ୨୩ ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ । ସମସ୍ତ ତଥ୍ୟ ଦେଲେ ରାଜ୍ୟ ସରକାର । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ପୁରୁଷ, ୪ ଜଣ ମହିଳା । ସମସ୍ତଙ୍କ ବୟସ ୮ରୁ ୮୩ ବର୍ଷ ହୋଇଥିବା ବେଳେ ସର୍ବାଧିକ ୭ ଜଣ କେଉଁଝରରୁ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୪ , ବୌଦ୍ଧରୁ ୨ ଜଣ, ବାଲେଶ୍ଵରରୁ ୧, ଜଗତସିଂହପୁରରୁ ୧, ସମ୍ବଲପୁରରରୁ ୩, ପୁରୀରୁ ୩, ଅନୁଗୁଳରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସମସ୍ତଙ୍କର ସାମାନ୍ୟ ଲକ୍ଷଣ ଅଛି। ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଅଛି। ସେମାନଙ୍କର କଣ୍ଟାକ ଟ୍ରେସିଂ ହୋଇଛି ଏବଂ ରିପୋର୍ଟ ଆସିବା ବାକି ଅଛି । ପ୍ରାଥମିକ ରିପୋର୍ଟରୁ ଜଣା ପଡ଼ୁଛି ୫୦ ପ୍ରତିଶତ ବିଦେଶ ଫେରନ୍ତା ଓ ୫୦ ପ୍ରତିଶତ ସ୍ଥାନୀୟ ଲୋକ ଅଛନ୍ତି । ସ୍ଥାନୀୟ ଲୋକଙ୍କ ଟ୍ରାଭେଲ୍ ହଷ୍ଟ୍ରି ଯାଞ୍ଚ୍ ଚାଲିଛି। ଯେଉଁ ମାନଙ୍କର ବିଦେଶ ଫେରନ୍ତା ହିଷ୍ଟ୍ରି ନାହିଁ ସେମାନେ ଆଗରୁ କେବେ ଯାଇଥିଲେ କି ତାହା ଯାଞ୍ଚ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/4dd487bf-1258-4f61-87d8-4c81a31b5ddd.jpg)