ରାଜ୍ୟ ସରକାର ଆଣିବେ ନୂଆ ସ୍ୱାସ୍ଥ୍ୟ ନୀତି: ରାଜ୍ୟ ବାହାରକୁ ଯିବେନି ସରକାରଙ୍କ ଅର୍ଥରେ ପଢୁଥିବା ଡାକ୍ତରୀ ଛାତ୍ରଛାତ୍ରୀ

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା: ରାଜ୍ୟରେ ୨ ବର୍ଷ ମଧ୍ୟରେ ପୂରଣ ହେବ ଖାଲିଥିବା ଡାକ୍ତର ପଦବୀ

337

କନକ ବ୍ୟୁରୋ: ୫ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ମନ୍ତ୍ରୀମାନଙ୍କୁ ନିଜ ନିଜ ଦାୟିତ୍ୱ ଭାର ବଣ୍ଟନ କରିଛନ୍ତି । ଦାୟିତ୍ୱ ଭାର ଗ୍ରହଣ ପରେ ଆକ୍ସନ ମୋଡରେ ଅଛନ୍ତି ସବୁ ନେତା । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ନବ ଦାସ ଖୁବ୍ ଶୀଘ୍ର ରାଜ୍ୟରେ ନୂଆ ସ୍ୱାସ୍ଥ୍ୟ ନୀତି ଲାଗୁ ହେବା ନେଇ ସୂଚନା ଦେଇଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ସ୍ୱାସ୍ଥ୍ୟ ସମସ୍ୟାକୁ ଅଧିକ ଜଟିଳ କରୁଛି ଡାକ୍ତର ଅଭାବ । ଏହି ସମସ୍ୟା ଦୂର କରିବାକୁ ଏବେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଶ । । ଆସନ୍ତା ୨ ବର୍ଷ ମଧ୍ୟରେ ରାଜ୍ୟରେ ପୂରଣ ହେବ ଖାଲିଥିବା ଡାକ୍ତର ପଦବୀ । ଏନେଇ ରାଜ୍ୟ ସରକାର ଆଣିବେ ନୂଆ ସ୍ୱାସ୍ଥ୍ୟ ନୀତି ।

ଏହି ନୀତି ଅନୁସାରେ ରାଜ୍ୟ ବାହାରକୁ ଯିବେନି ସରକାରଙ୍କ ଅର୍ଥରେ ପଢୁଥିବା ଡାକ୍ତରୀ ଛାତ୍ରଛାତ୍ରୀ । ପାଠପଢା ସରିବା ପରେ ଏହି ଛାତ୍ରଛାତ୍ରୀ ପ୍ରଥମେ ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ନିୟୋଜିତ ହେବେ ।