ଫୋକସରେ ପଶ୍ଚିମ ଓଡିଶା । ୨୦୨୨ ଜୁନ ସୁଦ୍ଧା ସରିବ ରାଉରକେଲା ହକି ଷ୍ଟାଡିୟମ କାର୍ଯ୍ୟ । ସମଲେଶ୍ୱରୀ ମନ୍ଦିର ବିକାଶ ପ୍ରକଳ୍ପରେ ଜମି ହରାଉଥିବା ଲୋକଙ୍କ ପାଇଁ ଆସିବ ସ୍ୱତନ୍ତ୍ର ପ୍ୟାାକେଜ 

68

କନକ ବ୍ୟୁରୋ : ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପହଞ୍ଚି ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାଶ୍ୱିର୍କ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ସଚିବ । ସେହିପରି ସମଲେଶ୍ୱରୀ ପୀଠର ବିକାଶ ପାଇଁ ହୋଇଥିବା ବ୍ଲୁ-ପ୍ରିଣ୍ଟର ଅନୁଧ୍ୟାନ କରିଛନ୍ତି ଭି.କେ ପାଣ୍ଡିଆନ୍ ।

୫-ଟି ସଚିବଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ପୂର୍ତ୍ତ ସଚିବ କ୍ରିଷ୍ଣନ କୁମାର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ପ୍ରମୁଖ ସାମିଲ ଥିଲେ । ସେହିପରି ଫାଇବ ଟି ସଚିବ ଭିକେ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ପୂର୍ତ୍ତ ସଚିବ କ୍ରିଷ୍ଣନ କୁମାର ଆଜି ରାଉରକେଲା ଗସ୍ତରେ ଯାଇଥିଲେ ।

ବିମାନ ବନ୍ଦରରୁ ସିଧାସଳଖ ବିପିୟୁଟି ପରିଦର୍ଶନରେ ଯାଇଥିଲେ ଏହି ହାଇଲେବଲ ଟିମ । ସେଠାରେ ପ୍ରସ୍ତାବିତ ହକି ଷ୍ଟାଡିୟମ ନିର୍ମାଣ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ଓ ସମୀକ୍ଷା କରିଥିଲେ । ମୁଖ୍ୟ ଶାସନ ସଚିବ କହିଛନ୍ତି ଆସନ୍ତା ଏପ୍ରିଲରୁ କାମ ଆରମ୍ଭ କରାଯାଇ ଏକ ବର୍ଷ ଭିତରେ କାମ ଶେଷ କରିବାକୁ ସରକାର ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି ।