ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ! ୨ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା ଜାନୁଆରୀ ପହିଲାରୁ ପିଛଲା ଭାବେ ହେବ ଲାଗୁ

Advertisment
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ! ୨ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା ଜାନୁଆରୀ ପହିଲାରୁ ପିଛଲା ଭାବେ ହେବ ଲାଗୁ

କନକ ବ୍ୟୁରୋ: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । କର୍ମଚାରୀଙ୍କ ମହଙ୍ଗା ଭତାକୁ ଆଉ ୨ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାର । ଏହି ବୃଦ୍ଧି ସହ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତା ୫ ପ୍ରତିଶତରୁ ବଢି ୭ ପ୍ରତିଶତ ହୋଇଛି । ପେନସନଭୋଗୀ ବି ଏହାଦ୍ୱାରା ଉପକୃତ ହେବେ ।

publive-image

ସଂଶୋଧିତ ହାରରେ ପେନସନ ପାଉଥିବା ପେନସନଭୋଗୀଙ୍କ ଟି.ଆଇରେ ୨ ପ୍ରତିଶତ ବୃଦ୍ଧି କରାଯାଇଥିବା ବେଳେ ସଂଶୋଧିତ ହାରରେ ପେନସନ ପାଉନଥିବା ପେନସନଭୋଗୀଙ୍କ ଟି.ଆଇରେ ୩ ପ୍ରତିଶତ ବୃଦ୍ଧି କରାଯାଇଛି । ୨୦୧୮ ଜାନୁଆରୀ ପହିଲାରୁ ଏହି ଭତା ପିଛଲା ଭାବେ ଲାଗୁ ହେବ । ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଆଜି ଅନୁମୋଦନ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe