କନକ ବ୍ୟୁରୋ: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । କର୍ମଚାରୀଙ୍କ ମହଙ୍ଗା ଭତାକୁ ଆଉ ୨ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାର । ଏହି ବୃଦ୍ଧି ସହ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତା ୫ ପ୍ରତିଶତରୁ ବଢି ୭ ପ୍ରତିଶତ ହୋଇଛି । ପେନସନଭୋଗୀ ବି ଏହାଦ୍ୱାରା ଉପକୃତ ହେବେ ।
ସଂଶୋଧିତ ହାରରେ ପେନସନ ପାଉଥିବା ପେନସନଭୋଗୀଙ୍କ ଟି.ଆଇରେ ୨ ପ୍ରତିଶତ ବୃଦ୍ଧି କରାଯାଇଥିବା ବେଳେ ସଂଶୋଧିତ ହାରରେ ପେନସନ ପାଉନଥିବା ପେନସନଭୋଗୀଙ୍କ ଟି.ଆଇରେ ୩ ପ୍ରତିଶତ ବୃଦ୍ଧି କରାଯାଇଛି । ୨୦୧୮ ଜାନୁଆରୀ ପହିଲାରୁ ଏହି ଭତା ପିଛଲା ଭାବେ ଲାଗୁ ହେବ । ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଆଜି ଅନୁମୋଦନ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/3-41.jpg)
/kanak/media/post_attachments/wp-content/uploads/2018/04/SIP-Money-_Birla-Growmymoney-770x433-300x169.jpg)