ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ବଦଳିଲେ ମାଲକାନଗିରି ଜିଲ୍ଲାପାଳ ୟେଦୁଲ୍ଲା ବିଜୟ, ଟେଣ୍ଡର ଫିକ୍ସିଂକୁ ନେଇ ଆସିଥିଲେ ବିବାଦ ଘେରକୁ ।

647

କନକ ବ୍ୟୁରୋ : ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ବଦଳିଲେ ମାଲକାନଗିରି ଜିଲ୍ଲାପାଳ ୟେଦୁଲ୍ଲା ବିଜୟ । ବିଶାଳ ସିଂ ହେଲେ ମାଲକାନଗିରି ଜିଲ୍ଲାପାଳ । ଟେଣ୍ଡର ଫିକ୍ସିଂକୁ ନେଇ ବିବାଦ ଘେରକୁ ଆସିଥିଲେ ମାଲକାନଗିରି ଜିଲ୍ଲାପାଳ ।

ସେହିଭଳି ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଡବ୍ଲୁଓଡିସିର ସିଇଓ ଭାବେ ମିଳିଲା ଦାୟିତ୍ୱ । ମୋନିଷା ବାନାର୍ଜୀଙ୍କୁ ବରଗଡ ଓ ଲିଙ୍ଗରାଜ ପଣ୍ଡାଙ୍କୁ ଗଜପତିର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଆବୋଲି ସୁନୀଲ ନରବାଣେଙ୍କୁ ସୋନପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବେଳେ ସୋମେଶ କୁମାର ଉପାଧ୍ୟାୟଙ୍କୁ କଳହାଣ୍ଡିର ପିଡି ଡିଆରଡିଏ ଭାବେ ମିଳିଛି ଦାୟିତ୍ୱ ।

ସୁରେଶ କୁମାର ବଶିଷ୍ଠଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ଭାବେ ଦାୟିତ୍ୱ ମିଳିଥିବା ବେଳେ ୟେଦୁଲ୍ଲା ବିଜୟଙ୍କୁ ପଶୁସମ୍ପଦ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଭୁପେନ୍ଦ୍ର ସିଂ ପୁନିଆଙ୍କୁ ଇପିକଲର ପରିଚାଳନା ନିର୍ଦ୍ଦେଶକ ଭାବେ ନୂଆ ଦାୟିତ୍ୱ ମିଳିଥିବା ବେଳେ ଅନୁପମ ଶାହାଙ୍କୁ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିଛି । ସେହିଭଳି ଅନ୍ୱେଷା ରେଡ୍ଡୀଙ୍କୁ ମୟୂରଭଞ୍ଜର ପିଡି ଡିଆରଡିଏ ଭାବେ ଦାୟିତ୍ୱ ମିଳିଥିବା ବେଳେ ଅଗ୍ରୱାଲ ଅକ୍ଷୟ ସୁନୀଲଙ୍କୁ ନବରଙ୍ଗପୁରର ଉପ-ଜିଲ୍ଲାପାଳ ଭାବେ ଦାୟିତ୍ୱ ମିଳିଛି । ଦିବ୍ୟଜ୍ୟୋତି ପରିଡାଙ୍କୁ ଆରପିଏର ଅତିରିକ୍ତ ଦାୟିତ୍ୱ ମିଳିଛି ।