ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା ! ମତଦାନ ଦିନ ବନ୍ଦ ରହିବ ସମସ୍ତ ସରକାରୀ ଅଫିସ ।

179

କନକ ବ୍ୟୁରୋ : ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଭୋଟ ଦିନକୁ ସରକାରୀ ଛୁଟି ଘୋଷଣା କରିଛନ୍ତି । ମତଦାନ ଦିନ ସରକାରୀ କାର୍ଯ୍ୟାଳୟ ଏବଂ ମାଜିଷ୍ଟ୍ରେଟ କୋର୍ଟ ଛୁଟି ରହିବ। ଯେଉଁ ପର୍ଯ୍ୟାୟରେ ଯେଉଁ ଦିନ ମତଦାନ ଥିବ, ସେହିଦିନ ସଂପୃକ୍ତ ଅଂଚଳରେ ସରକାରୀ ଛୁଟି ରହିବ । ଲୋକସଭା ସଂଲଗ୍ନ ବିଧାନସଭା ଅଚଂଳରେ ଏହି ଛୁଟି ହେବ ।

ସୂଚନାଯୋଗ୍ୟ ଏପ୍ରିଲ ୧୧ରେ କଳାହାଣ୍ଡି, କୋରାପୁଟ, ନବରଙ୍ଗୁର ଓ ବ୍ରହ୍ମପୁର ଲୋକସଭା ଅଚଂଳରେ ଛୁଟି ହେବ । ସେହିପରି ଏପ୍ରିଲ ୧୮ରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଏବଂ ଆସିକା ଅଂଚଳରେ ମତଦାନ ହେବ । ଏପ୍ରିଲ ୨୩ରେ ସମ୍ବଲପୁର, ଢ଼େଙ୍କାନାଳ, କେନ୍ଦୁଝର, ପୁରୀ, କଟକ ଓ ଭୁବନେଶ୍ୱର ଲୋକସଭା ଆସନରେ ଭୋଟ ହେବ । ସେହିପରି ଏପ୍ରିଲ ୨୯ରେ ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆସନରେ ମତଦାନ ହେବ ।