୧୬ ଜିଲ୍ଲାକୁ ୩ଟି ଜୋନରେ ଭାଗ ଭାଗ କଲେ ସରକାର । ବାଲେଶ୍ୱର, ଭଦ୍ରକ, ଯାଜପୁର ସହ ଭୁବନେଶ୍ୱରକୁ ରେଡ୍ ଜୋନ୍ ଘୋଷଣା । ଜାଣନ୍ତୁ ଆପଣଙ୍କ ଜିଲ୍ଲା ଯାଉଛି କେଉଁ ଜୋନରେ…?

1,220

କନକ ବ୍ୟୁରୋ: ବିଭିନ୍ନ ଜିଲ୍ଲାକୁ ଜୋନ ହିସାବରେ ବିଭକ୍ତ କଲେ ରାଜ୍ୟ ସରକାର । ନୂଆ ଗାଇଡଲାଇନରେ ୧୬ ଜିଲ୍ଲାକୁ ୩ଟି ଜୋନରେ ଭାଗ ଭାଗ କଲେ ସରକାର । ନୂଆ ଗାଇଡଲାଇନରେ ଭୁବନେଶ୍ୱର ରେଡ ଜୋନରେ । ଭୁବନେଶ୍ୱର ମହାନଗର ନିଗମକୁ ରେଡ୍ ଜୋନ ଘୋଷଣା କଲେ ସରକାର । ଏଥିସହ ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାକୁ ରେଡ ଜୋନ ଘୋଷଣା ।

ଅନ୍ୟପଟେ ଅରେଞ୍ଜ ଜୋନରେ ରହିଛି ୧୧ ଜିଲ୍ଲା । ଖୋର୍ଦ୍ଧା (ବିଏମସି ଛାଡି) । ସୁନ୍ଦରଗଡ, କେନ୍ଦ୍ରାପଡା, କୋରାପୁଟ, କେନ୍ଦୁଝର, ଦେବଗଡ, ଝାରସୁଗୁଡା, ବଲାଙ୍ଗୀର, ଢେଙ୍କାନାଳ, କଳାହାଣ୍ଡି, ଗଞ୍ଜାମକୁ ଅରେଞ୍ଜ ଜୋନ ଘୋଷଣା କରାଯାଇଛି ।

ସେହିପରି ୧୬ଟି ଜିଲ୍ଲାକୁ ଗ୍ରୀନ ଜୋନ ଘୋଷଣା ହୋଇଛି । ଅନୁଗୁଳ, ବରଗଡ, ବୌଦ୍ଧ, ସମ୍ବଲପୁର, ଗଜପତି, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ, ନୂଆପଡା, ରାୟଗଡା, ସୋନପୁର, କଟକ, ପୁରୀ ଗ୍ରୀନ ଜୋନରେ ଯାଉଛି ।