କନକ ବ୍ୟୁରୋ : ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ପାଇଁ ସରକାରଙ୍କ ସତର୍କତା । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି । ହିଟୱେଭକୁ ପ୍ରତିହତ ପାଇଁ ସଚେତନତା କରାଯିବ । ଜଳଭାବ ଅଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥା କରାଯିବ । ସ୍କୁଲ, କଲେଜ ଖୋଲା ରହୁଥିବାରୁ ପାନୀୟ ବ୍ୟବସ୍ଥାକୁ ଗୁରୁତ୍ୱ । ସ୍କୁଲ, କଲେଜକୁ ପହଞ୍ଚାଯିବ ପ୍ରଚୁର ପରିମାଣର ଓଆରଏସ ।
ଏହାସହ ସବୁ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ପରିବହନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ଛାତ୍ରଛାତ୍ରୀଙ୍କୁ ମଧ୍ୟ କ୍ଲାସରେ ହିଟୱେଭ ସମ୍ପର୍କରେ ସଚେତନ କରାଯିବ । ସେହପରି କେବଳ ସକାଳ ବେଳା ଖୋଲିବ ଅଙ୍ଗନୱାଡି କେନ୍ଦ୍ର । ଜୀବନ ରକ୍ଷାକାରୀ ଔଷଧ, ସାଲାଇନ, ଓଆରଏସ ପ୍ରଚୁର ପରିମାଣରେ ରଖାଯିବ ବୋଲି କୁହାଯାଇଛି । ଯାତ୍ରୀ ପରିବହନ ଗାଡିରେ ରହିବ ଓଆରଏସ ଓ ପାଣି ।
ଆଜି ରାଜ୍ୟରେ ୯ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା । ୩୮ ଡିଗ୍ରୀ ସହ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର ଥିଲା । ଅନ୍ୟ ଜିଲ୍ଲା ଗୁଡିକ ହେଲା ବାରିପଦା ୩୬.୮, କଟକ ୩୬.୬, ନୟାଗଡ ୩୬.୫, ବଲାଙ୍ଗିର ୩୬.୪, ଅନୁଗୁଳ ୩୫.୭, ତାଳଚେର ୩୫.୫, ଭବାନୀପାଟଣା ୩୫.୫, ଓ ସମ୍ବଲପୁର ୩୫.୩ ଡିଗ୍ରୀ ରେକର୍ଡ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/summer-heatwave-750x430.jpg)