ଦୀର୍ଘ ୯ ମାସ ପରେ ଆଜିଠାରୁ ଖୋଲିବ ସିନେମା ହଲ୍ : କୋଭିଡ୍ ଗାଇଡଲାଇନ୍ ମାନି ଚାଲିବ ହଲ୍

68

କନକ ବ୍ୟୁରୋ : ଦୀର୍ଘ ୯ ମାସ ପରେ ଆଜିଠାରୁ ଖୋଲିବ ସିନେମା ହଲ୍ । ସରକାରଙ୍କ ଗାଇଡଲାଇନ ଅନୁସାରେ ୫୦ ପ୍ରତିଶତ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିବ । ଏଥିପାଇଁ ମାଲିକମାନେ ହଲକୁ ସାନିଟାଇଜ୍ କରିବା ସହ ଅନ୍ୟାନ୍ୟ ଆନୁସଂଗିକ ବ୍ୟବସ୍ଥା କରିଛନ୍ତି । ହେଲେ, କୋଭିଡ୍ କମି ନଥିବାରୁ ଦର୍ଶକ ଆସିବେ କି ନାହିଁ ତାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ମାଲିକ । ଅନ୍ୟପଟେ, ବର୍ତମାନ କୌଣସି ସିନେମା ରିଲିଜ୍ ହେଉନଥିବାରୁ କେଉଁ ସିନେମାକୁ ଚଲାଇବେ ତାକୁ ନେଇ ବି ଚିନ୍ତାରେ ପଡିଛନ୍ତି ।

  • ସିଟ୍‌ ସଂଖ୍ୟାର ୫୦%ରେ ଦର୍ଶକ ବସି ପାରିବେ, ୫୦% ସିଟ୍‌ ଖାଲି ରହିବ
  • ଖାଲି ଥିବା ସିଟ୍‌ ଚିହ୍ନଟ କରି ରଖାଯିବ
  • ଦର୍ଶକଙ୍କ ମଧ୍ୟରେ ଅତିକମରେ ୬ ଫୁଟର ଦୂରତା ବଜାୟ ରଖାଯିବ
  • ହାତ ଧୋଇବା ଓ ହାତ ସାନିଟାଇଜ କରିବାକୁ ଗୁରୁତ୍ୱ ଦିଆଯିବ
  • ପ୍ରବେଶ ସମୟରେ ଦର୍ଶକଙ୍କର ଥର୍ମାଲ ସ୍କ୍ରିନିଂ, ଲକ୍ଷଣ ନଥିଲେ ଏଣ୍ଟ୍ରି ଦିଆଯିବ ଅନୁମତି
  • ପ୍ରସ୍ଥାନ ସମୟରେ ଧାଡିରେ ପର୍ଯ୍ୟାୟ କ୍ରମେ ଦର୍ଶକଙ୍କୁ ବାହରକୁ ଛଡାଯିବ
  • ମଲଟିପଲ ସ୍କ୍ରିନରେ ପର୍ଯ୍ୟାୟକ୍ରମେ ସିନେମା ପ୍ରଦର୍ଶନ
  • ସିନେମାହଲ କର୍ମଚାରୀ ଗ୍ଲୋଭସ, ମାସ୍କ, ପିପିଇ ପିନ୍ଧିବେ
  • କଣ୍ଟାକ୍ଟ ଟ୍ରେସିଂ ପାଇଁ ଦର୍ଶକଙ୍କ ଫୋନ ନମ୍ବର ରଖାଯିବ
  • ଦର୍ଶକ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ ରହିବ
  • ଇଣ୍ଟରମିସନ ସମୟରେ ଦର୍ଶକଙ୍କୁ ଅଯଥାରେ ନବୁଲିବାକୁ ପରାମର୍ଶ
  • ଆରୋଗ୍ୟ ସେତୁ ଆପ ବ୍ୟବହାର ପାଇଁ ପରାମର୍ଶ