କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଉଥିବା ବେଳେ କାଶ, ଛିଙ୍କର ଗତି ସମ୍ପର୍କରେ ଅବଗତ କରାଇଛନ୍ତି ସୁବ୍ରତ ବାଗଚୀ । କାଶ କିମ୍ବା ଛିଙ୍କିବା ଦ୍ୱାରା ଆମ ଦେହରୁ ବାହାରୁଥିବା କଣିକା କେତେ ବାଟ ଯାଏଁ ଗତିକରେ ତାହା ସ୍ପଷ୍ଟ କରିଛନ୍ତି ସୁବ୍ରତ । ତେବେ କାଶିବା ଦ୍ୱାରା ତାହାକର କଣିକା ୧୯ ଫୁଟ ଯାଏଁ ଭ୍ରମଣ କରେ । ସେହିପରି ଛିଙ୍କିବା ଦ୍ୱାରା ୨୯ ଫୁଟ ଯାଏଁ ଉକ୍ତ କଣିକା ଗତିକରେ । ତେଣୁ ପାଖାପାଖି ହୋଇ ନବସିବାକୁ କୁହାଯାଉଛି । ସାମାଜିକ ଦୂରତା ବଜାୟ ରଖିଲେ ହିଁ ଆମେ କରୋନାକୁ ହରାଇ ପାରିବା ବୋଲି ସୁବ୍ରତ କହିଛନ୍ତି ।

Advertisment

ତେବେ କାଶ କାଶ, ଛିଙ୍କର ଗତି ବିଷୟରେ କହିବା ବେଳେ ସେ ଗାଁରେ ହେଉଥିବା ତାସ ଖେଳ କଥା ଉଠାଇଛନ୍ତି । ତାଲାବନ୍ଦ ପାଇଁ ଏବେ ସବୁ ବନ୍ଦ ଥିବାରୁ ଗାଁରେ ତାସଖେଳ ଜୋରଦାରରେ ଚାଲିଛି । ଦିନ ସାରା ଲୋକେ ଗଛମୂଳରେ ହେଉ କି କ୍ଲବ ଘରେ ସାଙ୍ଗ ହୋଇ ଅନେକ ଲୋକେ ତାସ ଖେଳରେ ମାତୁଛନ୍ତି । ତେଣୁ ଲକଡାଉନ ଅବଧି ଶେଷ ନହେବା ଯାଏଁ ତାସ ନଖେଳିବା ପାଇଁ ଗ୍ରାମାଂଚଳର ଲୋକଙ୍କୁ ପରାମର୍ଶ ଦେଇଛନ୍ତି ସରକାର ।

ତାସ ଖେଳିବା ବେଳେ ଲୋକେ ସାମାଜିକ ଦୂରତାକୁ ଭୁଲି ଯାଆନ୍ତି । ଲକଡାଉନ ଚାଲିଥିବାରୁ ଗ୍ରାମାଂଚଳର ଲୋକେ ତାସ ଖେଳି ସମୟ କାଟୁଥିବା ଦେଖିବାକୁ ମିଳିଛି । ତେଣୁ କରୋନା ସଂକ୍ରମଣକୁ ଦୂରେଇ ରଖିବା ପାଇଁ ତାସ ଖେଳରୁ ବିରତ ରହିବାକୁ ସେ କହିଛନ୍ତି । କାରଣ ଜଣେ କାଶିବା ବେଳେ ବା ଛିଙ୍କିବା ବେଳେ କେତେ ବାଟ ଯାଏଁ କଣିକା ଯାଇପାରେ ତାର ଅବତାରଣ କରି ଏଥିରୁ ବିରତ ରହିବାକୁ ଅନୁରୋଧ କରାଯାଇଛି ।