କନକ ବ୍ୟୁରୋ : ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିବା ପାଇଁ ଅଟକି ରଖିଥିଲେ ବରଗଡ଼ ଜିଲ୍ଳା ଅତାବିରା ଅଂଚଳ ଚାଷୀ ।ରାଜ୍ୟପାଳଙ୍କୁ ଭେଟିବା ପାଇଁ କିଛି ଚାଷୀ ପ୍ରଶାସନକୁ ଅନୁରୋଧ ମଧ୍ୟ କରିଥିଲେ । ହେଲେ କୌଣସି କାରଣରୁ ରାଜ୍ୟପାଳଙ୍କୁ ଭେଟିବାକୁ ମନା କରିଦେଇଥିଲା ପ୍ରଶାସନ । ତେବେ ରାଜ୍ୟପାଳ ଚାଷୀଙ୍କୁ ଦେଖି ଗାଡ଼ି ଅଟକାଇ ନିଜେ ଓହ୍ଲାଇ ଆସି ଚାଷୀଙ୍କୁ ଭେଟିଥିଲେ ଏବଂ ତାଙ୍କ ସହ ଆଲୋଚନା କରିଥିଲେ । ସ୍ଥାନୀୟ ଅଂଚଳରେ ଚାଷ ଓ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଚାଷୀଙ୍କ ସହ ରାଜ୍ୟପାଳ ଆଲୋଚନା କରିଥିଲେ । ପରେ ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନ ଅତାବିରା ଶାଖା ପକ୍ଷରୁ ୨ଦଫା ଦାବି ପତ୍ର ରାଜ୍ୟପାଳଙ୍କୁ ଦିଆଯାଇଥିଲା । ଚାଷୀଙ୍କ ସମସ୍ୟାକୁ ନେଇ ରାଜ୍ୟ ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ ରାଜ୍ୟପାଳ ।

Advertisment

ଏପଟେ କୋରାପୁଟ ଜିଲ୍ଳା କୁମୁଲିପୁଟ ମଣ୍ଡିରୁ ସାମ୍ନାକୁ ଆସିଛି ଚାଷୀ ଅସନ୍ତୋଷର ଚିତ୍ର । ଧାନ ସଂଗ୍ରହ ପାଇଁ ମଣ୍ଡି ସିନା ଖୋଲିଲା, ହେଲେ ଧାନ ବିକ୍ରି ହୋଇପାରୁନି । କଟଣି-ଛଟଣିକୁ ନେଇ ମୁହାଁମୁହିଁ ହୋଇଛନ୍ତି ଚାଷୀ ଓ ମିଲର୍ । ଧାନରେ କଟଣି କରିବାକୁ ମିଲର୍୍ ଅଡ଼ି ବସିବା ଯୋଗୁଁ ଧାନ ବିକ୍ରି କରିବା ବଦଳରେ ଘର ନେବାକୁ ନିଷ୍ପତି ନେଇଛନ୍ତି ଜୟପୁର ଅଂଚଳ ଚାଷୀ ।

ଏପଟେ ଚାଷୀ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି- ଧାନ କ୍ୱିଂଟାଲ ପିଛା ୬ଶହ ଟଙ୍କା ବୋନସ୍ ଏବଂ ଏମଏସପିର ଆଇନଗତ ଗ୍ୟାରେଂଟି ଦାବି କରିଛି ଦଳ ।