କୋଟିଆ ପ୍ରସଙ୍ଗରେ ପୁଣି ସୁପ୍ରିମକୋର୍ଟ ଗଲା ଓଡିଶା । ଆନ୍ଧ୍ର ସରକାରଙ୍କ ବିରୋଧରେ ଇଂଜକସନ୍ କଲେ ରାଜ୍ୟ ସରକାର ।

152

କନକ ବ୍ୟୁରୋ: ସୀମାରେ ଆନ୍ଧ୍ରର ଦାଦାଗିରି । ପୁଣି କୋଟିଆ ମାମଲାରେ ସୁପ୍ରିମକୋର୍ଟ ଗଲେ ଓଡିଶା ସରକାର । ଆନ୍ଧ୍ର ସରକାରଙ୍କ ବିରୋଧରେ ଇଂଜକସନ୍ କରିଛନ୍ତି ରାଜ୍ୟ ସରକାର । କୋଟିଆରେ ଆନ୍ଧ୍ରର ପଂଚାୟତ ନିର୍ବାଚନକୁ ବିରୋଧ କରିଛନ୍ତି ଓଡିଶା ସରକାର । ସେପଟେ ଓଡ଼ିଶାର କୋଟିଆ ପଂଚାୟତରେ ପୁଣି ଥରେ ଜୋର ଜବରଦସ୍ତ ର୍ନିବାଚନ କରିବାକୁ ଯାଉଛି ଆନ୍ଧ୍ର ସରକାର । ଓଡ଼ିଶାର ବିରୋଧ ସତ୍ୱେ ଫେବୃଆରି ମାସରେ ସରପଂଚ ଏବଂ ୱାର୍ଡସଭ୍ୟ ନିର୍ବାଚନ କରି ସାରିଥିବା ବେଳେ ଆସନ୍ତା ୮ ତାରିଖରେ ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ପାଇଁ ନିର୍ବାଚନ କରିବାକୁ ଯୋଜନା କରୁଛି ଆନ୍ଧ୍ର ।

ଏଥିପାଇଁ ସରକାର ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଉ ୧୦ ତାରିଖରେ ପ୍ରକାଶ ପାଇବ ଫଳାଫଳ । ନିର୍ବାଚନ କୋଟିସର ଏକ୍ସକ୍ଲୁସିଭ କପି କନକ ନ୍ୟୁଜ ହାତରେ ଲାଗିଛି । ସାଲୁର ବ୍ଳକ ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୋଟିଆ ପଂଚାୟତର ୨ଟି ଅଂଚଳରେ ସମିତି ସଭ୍ୟ ପଦବି ଏବଂ ଗୋଟିଏ ଜିଲ୍ଲା ପରିଷଦ ସଭ୍ୟ ପଦବି ନିମନ୍ତେ ନିର୍ବାଚନ ହେବ ।

୩ଟି ପଂଚାୟତ ଫାଟୁ ସିନେରୀ, ଫଗୁଣ ସିନେରୀ, ତଳଗଂଜେଇ ପଦରର ଲୋକେ ନାରିଦିୱାଲସା ଭୋଟ ଗ୍ରହଣ କେନ୍ଦ୍ରର ଯାଉ ଭୋଟ ଦେବେ । କୋଟିଆକୁ ନେଇ ଉଭୟ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ମାମଲା ସୁପ୍ରିମ୍କୋର୍ଟରେ ବିଚାରଧିନ ରହିଛି । ତଥାବି ଆନ୍ଧ୍ର ତାର ଏକ ତରଫା ଦାଦାଗିରି ଚଳାଇଛିି ।