ନାଁ ରଖିଲେ ଓଡ଼ିଶା ଝିଅ । ଚାଟାର୍ଡ ଆକାଉଣ୍ଟାଣ୍ଟ ପ୍ରବେଶିକା ପରୀକ୍ଷାରେ ଓଡ଼ିଶାର ସାଇନା ଅଗ୍ରୱାଲ ଟପ୍ପର ।

1,943

କନକ ବ୍ୟୁରୋ : ଇନଷ୍ଟିଚ୍ୟୁଟ୍‌ ଅଫ ଚାଟାର୍ଡ ଆକାଉଣ୍ଟାଣ୍ଟ ଅଫ ଇଣ୍ଡିଆ (ଆଇସିଏଆଇ) ପକ୍ଷରୁ ଗତ ନଭେମ୍ବର ମାସରେ ହୋଇଥିବା ଇଣ୍ଟର ମିଡିଏଟ୍‌ ଓ ଫାଉଣ୍ଡେସନ ପରୀକ୍ଷାର ଫଳାଫଳ ଆଜି ପ୍ରକାଶିତ ହୋଇଛି । ସିଏ ଫାଉଣ୍ଡେସନ ପ୍ରବେଶିକା ପରୀକ୍ଷାରେ ଓଡ଼ିଆ ଝିଅ ସାଇନା ଅଗ୍ରଓ୍ଵାଲ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେ ମୋଟ ୪୦୦ ମାର୍କରୁ ୩୬୫ ମାର୍କ ରଖି ଏହି ସଫଳତା ହାସଲ କରିଛନ୍ତି ।

କଳାହାଣ୍ଡି ଜୁନାଗଡ଼ର ବାସିନ୍ଦା ସାଇନା ଏବେ ରାୟପୁରର ଅଗ୍ରସେନ କଲେଜରେ ଯୁକ୍ତ ୩ ବାଣିଜ୍ୟ ପଢୁଛନ୍ତି । ତାଙ୍କ ପିତା ସୁନୀଲ କୁମାର ଅଗ୍ରଓ୍ଵାଲ ଜୁନାଗଡ଼ର ଜଣେ ବ୍ୟବସାୟୀ । ତାଙ୍କ ବାପାଙ୍କ କହିବା ଅନୁଯାୟୀ, ସାଇନା ଦୀର୍ଘ ୭ରୁ ୮ ଘଣ୍ଟା ପରିଶ୍ରମ କରୁଥିଲେ । ଯାହାର ଫଳ ଆଜି ତାଙ୍କୁ ମିଳିଛି । ଏହି ସଫଳତା ପାଇଁ ପୂରା ପରିବାର ଗର୍ବିତ । ଭବିଷ୍ୟତରେ ଆଇଏଏସ ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ସାଇନା ।