ସୁପରଷ୍ଟାର ରଜନୀକାନ୍ତଙ୍କ ସହ ‘ଦରବାର’ ଫିଲ୍ମରେ ନଜର ଆସିବେ ଓଡ଼ିଆ ଝିଅ ଦେବସ୍ମିତା ।

671

କନକ ବ୍ୟୁରୋ : ଓଡ଼ିଆ ଝିଅ ଦେବସ୍ମିତା ପଟ୍ଟନାୟକଙ୍କର ସ୍ୱପ୍ନ ସତରେ ପରିଣତ ହେବାକୁ ଯାଉଛି। ତାଙ୍କୁ ସୁପରଷ୍ଟାର ରଜନୀକାନ୍ତଙ୍କ ଅଭୀନିତ ଫିଲ୍ମ ‘ଦରବାର’ରେ ଦେଖିବାକୁ ମିଳିବ। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିବାସୀ ଦେବସ୍ମିତା ଆସନ୍ତାବର୍ଷ ଜାନୁଆରି ୧୪ରେ ଶୁଭମୁକ୍ତି କରିବାକୁ ଥିବା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଜଣେ ନୃତ୍ୟଙ୍ଗାନା ଭାବେ ରୂପେଲି ପରଦାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନୟନତାରା, ବଲିଉଡ ଅଭିନେତା ସୁନିଲ ସେଟ୍ଟୀ, ଦଲିପ ତାହିଲ ଓ ପ୍ରତୀକ ବବର ଦେଖାଯିବେ। ଦେବସ୍ମିତା ଅନେକଗୁଡ଼ିଏ ଜଣାଶୁଣା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବେଳେ ‘ଦରବାର’ ତାଙ୍କ ପାଇଁ ପ୍ରଥମ ଫିଲ୍ମ ହେବ ।

ସ୍ନାତକରେ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ରୀ ଦେବସ୍ମିତା ଶାସ୍ତ୍ରୀୟ ଓଡ଼ିଶୀ ଓ କଥକ ନୃତ୍ୟ କରିଛନ୍ତି। ସେହିଭଳି ସେ ଛଉ, ସମ୍ବଲପୁରୀ, ଜାଗ୍‌, ସାଲସା ଓ ବଲିଉଡ ନୃତ୍ୟ ମଧ୍ୟ କରିଛନ୍ତି। ମାତ୍ର ୩ ବର୍ଷ ବୟସରୁ ସେ ଓଡ଼ିଶୀ ନୃତ୍ୟ ଶିକ୍ଷା ଗ୍ରହଣ କରିଥିଲେ। ସେ ଜାତୀୟ ସ୍ତରର ସୋ’ ଯଥା ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ, ଡ୍ୟାନ୍ସ ଦିଓ୍ଵାନା ଓ ବୁଗି ଓ୍ଵଗିରେ ନୃତ୍ୟ କରିଛନ୍ତି। ବିଗତ ଏକ ବର୍ଷ ହେବ ସେ ମୁମ୍ବାଇରେ ରହୁଛନ୍ତି।