ଓଡ଼ିଶାରେ ପହଞ୍ଚିଲା ୫୦ ହଜାର ଓମିସିୟୋର କିଟ୍ । ଓମିକ୍ରନ ଭୂତାଣୁ ସହ କରୋନା ପଜିଟିଭ୍ ଚିହ୍ନଟ ହେବ ସହଜ ।

53

କନକ ବ୍ୟୁରୋ : ଓଡ଼ିଶାରେ ପହଞ୍ଚିଛି ୫୦ ହଜାର ଓମିସିୟୋର କିଟ୍ । ରାଜ୍ୟ ଔଷଧ ନିଗମରେ ଓମିସିୟୋର କିଟ୍ ଚାଲିବା ପରେ ଏହାର ଡ୍ରାଏ ରନ କରାଯାଉଛି । କିଟ୍ ଠିକ୍ ଅଛି ନା ନାହିଁ ତାହା ଜାଣିବାକୁ ଡ୍ରାଏ ରନ କରାଯାଉଥିବା ସୂଚନା ମିଳିଛି । ଓମିସିୟର କିଟ୍ ଆରଟିପିସିଆର ଭଳି, ଏଥିରେ ପରୀକ୍ଷା କରାଗଲେ ସହଜରେ ଓମିକ୍ରନ କିମ୍ବା କରୋନାର ଅନ୍ୟ ପ୍ରଜାତି ଭୁତାଣୁରେ ଆକ୍ରାନ୍ତଙ୍କୁ ଚିହ୍ନଟ କରିହେବ ।

ଆଉ ସଂକ୍ରମିତଙ୍କ ନମୂନା ଜିନୋମ ସ୍ୱିକେନ୍ସିଂ ପାଇଁ ପଠାଇବାକୁ ପଡିବ ନାହିଁ । ପ୍ରାରମ୍ଭିକ ଭାବେ ବ୍ରହ୍ମପୁର, କଟକ, ରାଉରକେଲା, ଭୁବନେଶ୍ୱରରେ ଓମିସିୟୋର କିଟକୁ ବ୍ୟବହାର କରାଯିବ । ଏହାଛଡା ଯେଉଁ ଜିଲ୍ଲାରେ ଅଧିକ ସଂକ୍ରମିତ ବାହାରୁଛନ୍ତି, ସେହି ଜିଲ୍ଲାକୁ ଏହି କିଟ୍ ପଠାଯିବ ବୋଲି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।