କରୋନାରେ ଚାଲିଗଲେ ଓଡିଆ ଅଧ୍ୟାପକ ଜୟସେନ ବିଶ୍ୱାଳ : ଜଗନ୍ନାଥପ୍ରସାଦ ବ୍ଲକ ବିଡିପୁରସ୍ଥିତ ଟିଏସଡି କଲେଜ ଅଧ୍ୟାପକ

798

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କୁ କଥା ଦେଇଥିଲେ ଆଉ ମାତ୍ର ୬ଦିନ ଭିତରେ ଫେରିବେ । କିନ୍ତୁ ଆଉ ଫେରିଲେନି ସମସ୍ତଙ୍କର ପ୍ରିୟ ଅଧ୍ୟାପକ । କରୋନାରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ବିଡିପୁରସ୍ଥିତ ଟିଏସଡି କଲେଜର ଓଡିଆ ଅଧ୍ୟାପକ ଜୟସେନ ବିଶ୍ୱାଳ ।

ସେ କଲେଜ ପରିଚାଳନା କମିଟି ଅଧୀନରେ କାର୍ଯ୍ୟରତ ଥିବାବେଳେ ଛାତ୍ରଛାତ୍ରୀଙ୍କର ମଧ୍ୟ ଅତ୍ୟନ୍ତ ପ୍ରିୟଥିଲେ । ବିଡିପୁରଠାରେ ଏକ କୋଚିଙ୍ଗ ସେଂଟର ଖୋଲି ଶିକ୍ଷାଦାନ ମଧ୍ୟ କରୁଥିଲେ । କିନ୍ତୁ ୭ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସାମାନ୍ୟ ବିଗିଡିବାରୁ ସେ କୋଚିଙ୍ଗ ବନ୍ଦ କରିବା ସହ ପିଲାଙ୍କୁ କହିଥିଲେ ଆଉ ୬ଦିନ ପରେ ଆସିବି । କିନ୍ତୁ ଆଉ ଫେରିନାହାନ୍ତି ଅଧ୍ୟାପକ ଜୟସେନ ବିଶ୍ୱାଳ ।